ଜୟପୁର: ଗୁରୁବାର ସକାଳେ କୋରାପୁଟ ଜିଲ୍ଲାରେ ପ୍ରଥମ ପର୍ୟ୍ୟାୟରେ ୮୩୦୦ ଡୋଜ କୋଭିଡ-୧୯ ଟିକା ପହଞ୍ଚିଛି। ରାଜ୍ୟ ରାଜଧାନୀ ଭୁବନେଶ୍ୱରରୁ ସ୍ୱତନ୍ତ୍ର ସୁରକ୍ଷା ମଧ୍ୟରେ ଭ୍ୟାକ୍ସିନ ଭ୍ୟାନ ଯୋଗେ ଆସିଥିବା ୮୩୦୦ ଡୋଜର ‘କୋଭିସିଲଡ’ ଟିକା ଆଜି ସକାଳ ପ୍ରାୟ ୬.୩୦ରେ କୋରାପୁଟ ଜିଲ୍ଲା ମୁଖ୍ୟାଳୟରେ ଥିବା ‘ଆଞ୍ଚଳିକ ଟିକା କେନ୍ଦ୍ର’ରେ ପହଞ୍ଚିଥିଲା। ସେଠାରେ ଜିଲ୍ଲାପାଳ ମଧୁସୂଦନ ମିଶ୍ରଙ୍କ ଉପସ୍ଥିତିରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମକରନ୍ଦ ବେଉରା ଏହି ଟିକା ଗ୍ରହଣ କରିଛନ୍ତି। ଜାନୁଆରି ୧୬ ତାରିଖ ଦିନ ‘ଆଞ୍ଚଳିକ ଟିକା କେନ୍ଦ୍ର’ରୁ ଏହି ଟିକା ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ାକୁ ନିଆଯିବ। ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା କର୍ମୀ ଓ ଡାକ୍ତରଙ୍କ ସମେତ ୧୨୦୭୬ ହିତାଧିକାରୀଙ୍କୁ ଏହି ଟିକା ଦିଆଯିବ। ବାକି ଟିକା ଦ୍ୱିତୀୟ ପର୍ୟ୍ୟାୟରେ ଆସି ପହଞ୍ଚିବ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0