spot_img

ଦିନକ ପରେ ରାଜ୍ୟରେ ଆରମ୍ଭ ହେବ ଟିକାକରଣ

ଭୁବନେଶ୍ୱର : ଆଉ ଦିନକ ପରେ ସାରା ଦେଶରେ ଆରମ୍ଭ ହେବ କରୋନା ଭାଇରସ୍ ଟିକାକରଣ। ଏଥିପାଇଁ ସବୁଠି ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ। ଓଡ଼ିଶାରେ ମଧ୍ୟ ଟିକାକରଣକୁ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ରାଜ୍ୟରେ ଟିକାକରଣକୁ ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ରାଜ୍ୟରେ ଟିକାକରଣ ପାଇଁ ଯେଉଁ ସ୍ୱାସ୍ଥ୍ୟକର୍ମୀମାନେ ପଞ୍ଜୀକୃତ କରିଥିବେ, ସେମାନଙ୍କ ପାଖକୁ ଆଜି SMS ଯିବ। ଏହି SMS ଜରିଆରେ ସେମାନେ କେଉଁଠି କେତେବେଳେ ଟିକା ନେବେ, ସେ ନେଇ ସମସ୍ତ ସୂଚନା ପାଇବେ।

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଆହୁରି କହିଛନ୍ତି, ଟିକାକରଣ ପାଇଁ ରାଜ୍ୟକୁ ୪୧ଟି ଡିପ୍ ଫ୍ରିଜର ଆସି ପହଞ୍ଚିଛି। ଏହା ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାକୁ ପଠାଯିବ। ପ୍ରତ୍ୟେକ ଜିଲ୍ଲା କୋଲ୍ଡ ଚେନ୍ ପଏଣ୍ଟରେ ଯିକା ପହଞ୍ଚିସାରିଛି। ପ୍ରଥମ ପର୍ଯ୍ୟାୟରେ ଆମେ କ୍ରିଟିକାଲ ଇନଷ୍ଟିଚ୍ୟୁସନ୍, ତାପରେ ସେକେଣ୍ଡାରୀ ଇନଷ୍ଟିଚ୍ୟୁସନ୍ ଏବଂ ଏହା ପରେ ପ୍ରାଇମେରୀ ଇନଷ୍ଟିଚ୍ୟୁସନରେ ଟିକାକରଣ ହେବ ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟକୁ ଦୁଇ ପ୍ରକାରର ଟିକା ଆସିଛି। କୋଭିଶିଲ୍ଡ ଟିକା ୪ଲକ୍ଷ ୮୦ ହଜାର ଏବଂ ୨୦ହଜାର କୋଭାକ୍ସିନ୍ ଟିକା ଆସିଛି। ସବୁ ଜିଲ୍ଲାକୁ ଟିକାଗୁଡ଼ିକକୁ ପଠାଇ ଦିଆଯାଇଛି। କେବଳ ଟିକାକରଣକୁ ଅପେକ୍ଷା ରହିଲା।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular