ଭୁବନେଶ୍ୱର: ପୁରୀରୁ ଯୋଧପୁର ଏବଂ ପୁରୀରୁ ଆଜମେର ମଧ୍ୟରେ ଦୁଇଟି ସ୍ୱତନ୍ତ୍ର ରେଳ ଚଳାଚଳ ପାଇଁ ରେଳବାଇ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଜାନୁଆରି ୨୦ ତାରିଖ ଠାରୁ ପ୍ରତି ବୁଧବାର ଅପରାହ୍ଣ ୪.୦୫ରୁ ୦୨୦୯୩/୦୨୦୯୪ ନମ୍ବରବିଶିଷ୍ଟ ‘ପୁରୀ-ଯୋଧପୁର-ପୁରୀ’ ସ୍ୱତନ୍ତ୍ର ରେଳ ପୁରୀରୁ ଯାତ୍ରା ଆରମ୍ଭ କରିବ। ସେହିଭଳି ଜାନୁଆରି ୨୩ ତାରିଖ ଅପରାହ୍ଣ ୨ଟା ୧୫ରୁ ପ୍ରତି ଶନିବାର ଦିନ ଏହି ସ୍ୱତନ୍ତ୍ର ରେଳ ଯୋଧପୁରରୁ ପୁରୀ ଅଭିମୁଖେ ଆସିବ। ଯାତାୟାତ ସମୟରେ ଏହି ଟ୍ରେନ ପୂର୍ବ ତଟ ରେଳ ଅନ୍ତର୍ଗତ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, କଟକ, ଢେଙ୍କାନାଳ, ତାଳଚେର ରୋଡ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର, ଝାରସୁଗୁଡ଼ା ରୋଡ ସମେତ ରାଇଗଡ଼, ବିଳାସପୁର, ରାୟପୁର, ଦୁର୍ଗ, ରାଜନନ୍ଦଗାଁଓ, ଗୋନ୍ଦିଆ, ନାଗପୁର, ହବିବଗଞ୍ଜ, ଭୋପାଳ, ଉଜ୍ଜୟିନୀ, ଜୟପୁରରେ ଆଦି ଷ୍ଟେସନରେ ଅଟକିବ। ସେହିଭଳି ଜାନୁଆରି ୨୧ ତାରିଖ ଠାରୁ ପ୍ରତି ସୋମବାର ଓ ଗୁରୁବାର ରାତି ୧୧.୦୫ରୁ ୦୨୦୩୭/୦୨୦୩୮ ନମ୍ବରବିଶିଷ୍ଟ ‘ପୁରୀ-ଆଜମେର-ପୁରୀ’ ସ୍ୱତନ୍ତ୍ର ରେଳ ପୁରୀରୁ ଯାତ୍ରା ଆରମ୍ଭ କରିବ। ଜାନୁଆରି ୨୬ ତାରିଖ ସନ୍ଧ୍ୟା ୬ଟା ୫୦ରୁ ପ୍ରତି ମଙ୍ଗଳବାର ଓ ଗୁରୁବାର ଦିନ ଏହି ସ୍ୱତନ୍ତ୍ର ରେଳ ଆଜମେରରୁ ପୁରୀ ଅଭିମୁଖେ ଆସିବ। ଯାତାୟାତ ସମୟରେ ଏହି ଟ୍ରେନ୍ ପୂର୍ବ ତଟ ରେଳ ଅନ୍ତର୍ଗତ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ଢେଙ୍କାନାଳ, ଅନଗୁଳ, ରେଢ଼ାଖୋଲ, ସମ୍ବଲପୁର, ବରଗଡ଼ ରୋଡ୍, ବଲାଙ୍ଗୀର, ଟିଟିଲାଗଡ଼, କଣ୍ଟାବଞ୍ଜି, ଖରିଆର ରୋଡ ମହାସମୁନ୍ଦ ସମେତ ରାୟପୁର, ଦୁର୍ଗ, ଗୋନ୍ଦିଆ, ନାଗପୁର, ଓ୍ଵାର୍ଦ୍ଧା, ଭୁସବଲ, ଜଲଗାଁଓ, ସୁରତ, ବଡ଼ୋଦରା, ଅହମଦାବାଦ, ସାବରମତୀ, ଅବୁ ରୋଡ ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନଗୁଡ଼ିକରେ ଅଟକିବ।



Visitors Today : 4
Total Visitors : 130422
Total Views : 9891952
Visitors Online Now : 0