ବାରିପଦା : ମକର ପର୍ବ ନିମନ୍ତେ ଆଜି ସମଗ୍ର ମୟୂରଭଞ୍ଜ ଜିଲ୍ଲା ଚଳଚଞ୍ଚଳ ହୋଇପଡ଼ିଥିବା ବେଳେ ଏକ ଜଘନ୍ୟ କାଣ୍ଡ ସାମନାକୁ ଆସିଛି। ମକର ବୁଡ଼ ପକାଇବାକୁ ଯାଇ ଆଜି ଗଣଦୁଷ୍କର୍ମର ଶିକାର ହୋଇଛନ୍ତି ଜଣେ ଯୁବତୀ। ଏନେଇ ଟାଉନ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି।
ସୂଚନାଯୋଗ୍ୟ, ମକର ବୁଡ଼ ପକାଇବାକୁ ଆଜି ଭୋରରୁ ଯୁବତୀଜଣକ ଘରୁ ଏକୁଟିଆ ନିକଟସ୍ଥ ନଦୀକୁ ବାହାରିଥିଲେ। ଏହାର ସୁଯୋଗ ନେଇ ଉକ୍ତ ସାହିର ୨ ଯୁବକ ତାଙ୍କୁ ପିଛା କରିଥିଲେ। ଏହାପରେ ନଦୀ ପଠାରେ ଯୁବତୀଙ୍କୁ ଏକୁଟିଆ ପାଇ ଗଣଦୁଷ୍କର୍ମ କରିଥିଲେ। । ମାତ୍ର ଯୁବତୀଜଣକ ଚିତ୍କାର କରିବାରୁ ସେମାନେ ସେଠାରୁ ଫେରାର ହୋଇଯାଇଥିଲେ।
ଘରକୁ ଫେରି ଏନେଇ ଯୁବତୀଜଣକ ପରିବାର ଲୋକଙ୍କୁ କହିବା ପରେ ଏନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍ ତଦନ୍ତ ଆରମ୍ଭ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କାରଣ ପାଲଟିଛି।



Visitors Today : 1
Total Visitors : 130424
Total Views : 9891955
Visitors Online Now : 0