ନୂଆଦିଲ୍ଲୀ: ଏବେ ଦିଲ୍ଲୀରେ ହାଡଭଙ୍ଗା ଶୀତ ସହିତ ପୁରା ଉତର ଭାରତରେ ଜାରି ରହିଛି ଶୀତ ଲହରୀ । ଦିଲ୍ଲୀରେ ଥଣ୍ଡା ଓ କୁହୁଡି ଯୋଗୁ ଦୃଶ୍ୟମାନ କମ ରହିଛି । ସକାଳ ସମୟରେ ଦିଲ୍ଲୀର ବିଭିନ୍ନ ସହରରେ ତାପମାତ୍ରା ୨ ଡିଗ୍ରୀ ତଳେ ରହୁଛି । ପାଲମ ଅଞ୍ଚଳରେ ସକାଳେ ୬.୨ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସଫଦରଗଂଜରେ ୨ ଡିଗ୍ରୀ ରହିଛି । ଜାନୁଆରୀ ପହିଲା ଦିନ ଦିଲ୍ଲୀର ତାପମାତ୍ରା ୧.୧ ଡିଗ୍ରୀ ରହିଥିଲା । ପାଣିପାଗ ବିଭାଗର ସୂଚନା ମୁତାବକ ଆଗାମୀ ୨ ରୁ ୩ ଦିନ ଯାଏ ଏଭଳି ଶୀତ ଲହରୀ ଲାଗି ରହିବ । ଏହାସହ ତାପମାତ୍ରା ଆହୁରି କମିବ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ସେହିଭଳି ପୂର୍ବ ଉତର ଭାରତରେ ବି ଶୀତ ତା’ର ପ୍ରଭାବ ଜାରି ରଖିଛି । ଏନେଇ ଜମ୍ମୁ ଓ କାଶ୍ମୀରରେ ନ୍ୟୁନତମ ତାପମାତ୍ର ପୂର୍ବବର୍ଷ ମାନଙ୍କର ରେକର୍ଡ ଭାଙ୍ଗିଛି । ପହଲଗାମ ସହରରେ ପାରଦ ୧୨ ଡିଗ୍ରୀ ରହିଛି । ଏହାସହ ଗୁଲମର୍ଗ ସହରର ତାପମାତ୍ରା ବି ବିଯୁକ୍ତ ୧୦ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି । ଫଳରେ ସହରର ସମସ୍ତ ରାସ୍ତାଘାଟ ଏବେ ବରଫ ଚାଦରରେ ଆଚ୍ଛାଦିତ ହୋଇଛି । ଗତକାଲି ଶ୍ରୀନଗର ବିମାନବନ୍ଦରରେ ବରଫ ଭିତରେ ଫଶି ଯାଇ ଏକ ଯାତ୍ରୀବାହୀ ବିମାନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି । ଏନେଇ ରାଜ୍ୟପାଳ ମନୋଜ ସିହ୍ନା ସହରର ସମସ୍ତ ରାସ୍ତାରୁ ତୁରନ୍ତ ବରଫ ସଫା କରିବାକୁ ପ୍ରଶାସନକୁ ପରାମର୍ଶ ଦେଇଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0