ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡ଼ ରାଜନନ୍ଦଗାଁଓ ଜିଲ୍ଲାରେ ମାଓବାଦୀଙ୍କ ବର୍ବରକାଣ୍ଡ । ହତ୍ୟା ପରେ ମାଓବାଦୀଙ୍କ ଲଙ୍କାକାଣ୍ଡ । ପରୋଦନୀ ଗାଁର ସରପଞ୍ଚଙ୍କ ସ୍ୱାମୀଙ୍କୁ ୨୦ରୁ ୨୫ ଜଣ ମାଓବାଦୀ ଘରୁ ଉଠାଇ ନେବା ପରେ ଗଳାକାଟି ହତ୍ୟା କରିଛନ୍ତି । ମୃତକଙ୍କ ନାଁ ମେନୁ ରାମ ସଲାମ । ପୋଲିସ ଇନଫର୍ମର ସନ୍ଦେହରେ ତାଙ୍କୁ ମାଓବାଦୀମାନେ ହତ୍ୟା କରିଛନ୍ତି । ଏଥିସହ ତାଙ୍କ ଘର ପାଖରେ ଥିବା ଧାନ ବସ୍ତା ବୋଝେଇ ଟ୍ରାକ୍ଟରରେ ମଧ୍ୟ ନିଆଁ ଲଗାଇଦେଇଥିଲେ । ଘଟଣାସ୍ଥଳରୁ କିଛି ମାଓ ପୋଷ୍ଟର ମିଳିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0