ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ରମ୍ଭିଲା ପଞ୍ଚାୟତର ଘୁଷୁରୀ ପୋଖରୀ ଗାଁରେ ପୋଲିସ୍ ରେଡ୍ କରିଥିଲା । ରେଡ୍ ବେଳେ ମଦ ତିଆରି ସରଞ୍ଜାମ ଜବତ କରିଛି ପୋଲିସ । ସିଭିଲ୍ ଇଞ୍ଜିନିୟର ବୋହୂ ସହ ଶାଶୂ ଦେଶୀ ମଦ କାରଖାନା ଚଳାଇଥିଲେ । ସେଠାରୁ ପୋଲିସ ଏକ ହଜାର ଲିଟରରୁ ଅଧିକ ଦେଶୀ ମଦ, ନଗଦ ଏକ ଲକ୍ଷ ଟଙ୍କା ସହ ୨ଟି ଗାଡ଼ିକୁ ମଧ୍ୟ ଜବତ କରିଛି । ମଦ ବେପାର କରୁଥିବା ଶାଶୂ, ବୋହୂଙ୍କୁ ଗିରଫ କରିଛି ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ।
ଶାଶୂ, ବୋହୂ କାହା ସହାୟତାରେ ଦେଶୀ ମଦ କାରଖାନା ଖୋଲି ବ୍ୟବସାୟ କରୁଥିଲେ ତାର ଖୋଳତାଡ଼ କରୁଛି ପୋଲିସ । ଦୈନିକ ଏଠାରେ ଲକ୍ଷାଧିକ ଟଙ୍କାର ମଦ ବିକ୍ରି ହେଉଥିବା ଜଣାପଡ଼ିଛି । ଶିକ୍ଷିତ ବୋହୂର ମଦ ବେପାର ସ୍ଥାନୀୟ ଅଞ୍ଚଳରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0