ଝାରସୁଗୁଡା : ଝାରସୁଗୁଡା ଜିଲ୍ଲାରେ ସ୍କୁଲ ଖୋଲିବା ପରେ ୫ ଦିନରେ ୫୪ ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମାତ୍ର ଗୁରୁବାର ଅର୍ଥାତ ଆଜି ଗୋଟିଏ ଦିନରେ ୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩ ଜଣ ନର୍ସିଂ ଛାତ୍ରୀ ଏବଂ ୩ଟି ସ୍କୁଲର ୧୩ ଜଣ ଛାତ୍ରଛାତ୍ରୀ ରହିଛନ୍ତି।
ବିଦ୍ୟାଳୟ ଖୋଲିବାର ୫ ଦିନରେ ୧୯ ଜଣ ଛାତ୍ରଛାତ୍ରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମିଲିଥିବା ସୂଚନା ଅନୁଯାୟୀ, ଗତ ୧୦ ତାରିଖ ଦିନ ସାଲହେଟିକ୍ରା ହାଇସ୍କୁଲରୁ ୨ ଜଣ ଛାତ୍ରଛାତ୍ରୀ, ୧୧ ତାରିଖରେ ସାହାସପୁର ହାଇସ୍କୁଲରୁ ୯ ଜଣ ଛାତ୍ରଛାତ୍ରୀ ଚିହ୍ନଟ ହୋଇଥିବା ବେଳେ ୧୩ ତାରିଖରେ ହେମସାଗର ଉଚ୍ଚ ବିଦ୍ୟାଳୟ ପାକେଲଖୋଲ ବିଦ୍ୟାଳୟରୁ ୮ ଜଣ ଛାତ୍ରଛାତ୍ରୀ ପଜିଟିଭ ଚିହ୍ନଟ ହୋଇଛନ୍ତି।
ସମୁଦାୟ ୧୯ ଜଣ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ ଆସିଛି। ସଂକ୍ରମିତ ଛାତ୍ରଛାତ୍ରୀମାନଙ୍କୁ ଘରୋଇ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଛି। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ସ୍କୁଲମାନଙ୍କରେ ସାମାଜିକ ଦୂରତା, ସାନିଟାଇଜ ନିୟମିତ କରାଯିବା ସହ ମାସ୍କକୁ ବାଧ୍ୟତାମୂଳକ କରାଯାଇଥିବା ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0