ଭୁବନେଶ୍ୱର – ଆଜି କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀ ର ଜୟପାଟଣା ବ୍ଲକ୍ ମଙ୍ଗଳପୁର ଠାରେ ଅପର ଇନ୍ଦ୍ରାବତୀ ପ୍ରକଳ୍ପର ଲୋକାର୍ପଣ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ୫ ଟି ନିର୍ବାଚନ ମଣ୍ଡଳୀ ଓ ୧୩ ଟି ବ୍ଲକ କୁ ନେଇ ଗଠିତ କଳାହାଣ୍ଡି ଜିଲ୍ଲା | ୭୫୬ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ବହୁ ପ୍ରତିକ୍ଷିତ ମେଗା ଜଳସେଚନ ପ୍ରକଳ୍ପ । ସର୍ବମୋଟ ୨୦୮୫ କୋଟିର୧୦୬ଟି ପ୍ରକଳ୍ପର ଶିଳାନ୍ୟାସ ବା ଭିତ୍ତିପ୍ରସ୍ତର କରିଛନ୍ତି | ଏହି ପ୍ରକଳ୍ପ ଦ୍ୱାରା ଧର୍ମଗଡ ନିର୍ବାଚନ ମଣ୍ଡଳୀର କୋକସରା, ଧର୍ମଗଡ଼ , ଓ ଲାଞ୍ଜିଗଡ ନିର୍ବାଚନମଣ୍ଡଳୀ ଜୟପାଟଣା ବ୍ଲକର ୮୭ ଟି ଗାଁର ଚାଷୀ ଓ ସାଧାରଣ ଲୋକେ ଉପକୃତ ହେବେ। ଆଜି ଏହି ପ୍ରକଳ୍ପ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି , “ଭୋକର ଭୂଗୋଳ ଆଜି ଭାତହାଣ୍ଡି ପାଲଟିଛି। କିଛି ଲୋକ କଳାହାଣ୍ଡିକୁ ଗରିବୀର ପ୍ରୟୋଗଶାଳା କରିବାକୁ ଚାହୁଁଥିଲେ। କିନ୍ତୁ ତାହା ହୋଇପାରିଲା ନାହିଁ। ସରକାରଙ୍କ ଉଦ୍ୟମରେ କଳାହାଣ୍ଡିର ଛବି ଆଜି ଉଜ୍ୱ୍ଜଳ ହୋଇଛି । ଏହାସହ ମୁଖ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, କଳାହାଣ୍ଡି ଦେଶର ବିକାଶର ମଡେଲ ହୋଇଛି। ଇନ୍ଦ୍ରାବତୀ ନଦୀକୁ ସମ୍ମାନ ଜଣାଇ ଏଠାରେ ମ୍ୟୁଜିୟମ ଓ ପାର୍କ ହେବା ନେଇ ଉଦବୋଧନରେ କହିଛନ୍ତି। ଏହାସହ ପାର୍କରେ ମାଆ ଇନ୍ଦ୍ରାବତୀଙ୍କ ମନ୍ଦିର ନିର୍ମାଣ କରାଯିବା ନେଇ ବି ଯୋଜନା ରହିଛି” |ଏଠାରେ କହିରଖିବାକୁ ଚାହୁଁ ଗତ ତ୍ରିସ୍ତରୀୟ ନିର୍ବାଚନ ଓ ସାଧାରଣ ନିର୍ବାଚନ ରେ କଳାହାଣ୍ଡି ଜିଲାରେ ବିଜୁ ଜନତା ଦଳ ଆଶାନୁରୂପ ପ୍ରଦର୍ଶନ କରିନଥିଲା |ଗୋଟିଏ ମାତ୍ର ଜିଲ୍ଲା ପରିଷଦ ଆସନ ସହ ୫ ଟି ନିର୍ବାଚନ ମଣ୍ଡଳୀ ରୁ ୪ ଟି ଦଖଲ କରିଥିଲେ ମଧ୍ୟ ଭୋଟ ବ୍ୟବଧାନ କମିଥିଲା ଲୋକସଭା ଆସନ ସହ ଗୋଟିଏ ଆସନ ଆସନ ଭାରତୀୟ ଜନତା ପାର୍ଟି ଖାତକୁ ଯାଇଥିଲା | ଦୀର୍ଘ ୯ ମାସ ଧରି ଘରୁ ବାହାରୁନଥିବା ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ପବିତ୍ର ମକର ସଂକ୍ରାନ୍ତିରେ ଏତେ ତତ୍ପର ହେଲେ କାହିଁକି ? ପ୍ରାୟ ୯୦ ରୁ ଅଧିକ ଦଳୀୟ ନେତାଙ୍କୁ ନେଇ ଆଜିର ଏହି ବିରାଟ ଆଡ଼ମ୍ବରପୂର୍ଣ୍ଣ କାର୍ଯ୍ୟକ୍ରମ ପଶ୍ଚିମଗଡ ଦଖଲ କରିବାର ଅୟମାରମ୍ଭ କି ?ଏସମସ୍ତ ଘଟଣାକୁ ଲକ୍ଷ୍ୟ କଲେ ଆଗାମୀ ନିର୍ବାଚନକୁ ବିଜେଡି ନିଜ ପକ୍ଷକୁ ନେବା ସହ ସବୁପ୍ରକାର ରଣକୌଶଳ ଆପଣେଇ ହାତଛଡା କରିବାକୁ ଚାହୁଁ ନଥିବା ପରି ମନେ ହେଉଛି | ଶେଷରେ ଏୟା କହି ପାରିବା ବିଜେଡିର ଲକ୍ଷ ବିଜେପିକୁ ପଛରେ ପକାଇ ପଶ୍ଚିମ ଓଡିଶା ଦଖଲ କରିବା | କଳାହାଣ୍ଡି ଲୋକସଭା କ୍ଷେତ୍ରରେ ବିଜେଡି ପାଇଁ ଆଗାମୀ ନିର୍ବାଚନ ଅହ୍ୱାନ ରଖୁଥିବା ବେଳେ ବିଜେପି ନିଜର ଲୋକସଭା ଓ ଭବାନୀପାଟଣା ଆସନ ସହ କେତେବାଟ ଅଧିକ ଯାଉଛି ତାହା ଦେଖିବାର କଥା | କଂଗ୍ରେସ ର ଭରସା ଖରିଆର ର ଅଧିରାଜ ପାଣିଗ୍ରାହୀ …… ତେବେ ଆଗାମୀ ନିର୍ବାଚନ ଏସବୁର ସନ୍ଦେହେ ଦୂର କରିବ ବୋଲି କହିପାରିବ |



Visitors Today : 2
Total Visitors : 130168
Total Views : 9891613
Visitors Online Now : 0