ପୁରାଣରେ ବର୍ଣ୍ଣିତ ରାମସେତୁ ସମ୍ପର୍କରେ ରିସୋର୍ଚ୍ଚ କରିବ ପତ୍ନତତ୍ତ ସର୍ବେକ୍ଷଣ ସଂସ୍ଥା । କେବେ ଓ କିଏ କରିଥିଲେ ରାମ ସେତୁ ତାହର ଅନୁସନ୍ଧାନ ହେବ । ସମୁଦ୍ର ଭିତରେ ଭାରତରୁ ଶ୍ରୀଲଙ୍କାକୁ ଲମ୍ବିଥିବା ଏହି ବିଶାଳ ପଥର ସେତୁର ରହସ୍ୟ ଖୋଜିବ ଏଏସଆଇ । ଭାରତୀୟ ପ୍ରତ୍ନତତ୍ୱ ବିଭାଗ ଏଥିପାଇଁ ରାଜି ହୋଇଛି । ଗୋଆରେ ଥିବା ନ୍ୟାସନାଲ ଇନଷ୍ଟିଚ୍ୟୂଟ ଅପ ଓସନଗ୍ରାଫି ଏଥିପାଇଁ ପ୍ରସ୍ତାବ ଦେଇଥିଲା । ଯାହାକୁ ଗ୍ରହଣ କରିଛି ପ୍ରତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା । ରାମାୟଣ ସମୟର ଏହି ପଥର ବନ୍ଧ ଏବେ ବି ରହିଥିବା ନେଇ ଅନେକ ସାଟେଲାଇଟ ଚିତ୍ରରୁ ପ୍ରମାଣ ମିଳିଛି । ଏହାର ଉଭୟ ବୈଜ୍ଞାନିକ ଓ ଧାର୍ମିର୍କ ମହତ୍ୱ ଥିବାରୁ ରାମସେତୁର ରହସ୍ୟ ଖୋଜିବା ଭାରତୀୟ ବୈଜ୍ଞାନିକ ।
ତେବେ ଭାରତୀୟ ପୌରାଣିକ ତତ୍ତ୍ୱ ଅନୁସାରେ ବର୍ତମାନର ଶ୍ରୀଲଙ୍କା ସେତେବେଳର ରାବଣ ରାଜାର ଲଙ୍କା ଥିଲା । ମାତା ସୀତାଙ୍କୁ ଚୋରି କରିନେଇଥିବା ରାବଣକୁ ତା କୁକର୍ମର ଶାସ୍ତି ଦେବା ସକାଶେ । ଏବଂ ମାତା ସୀତାଙ୍କୁ ଉଦ୍ଧାର କରିବା ପାଇଁ ସମୁଦ୍ରରେ ଏହି ବିଶାଳ ପଥର ବନ୍ଧର ନିର୍ମାଣ କରିଥିଲେ ଅଯୋଧ୍ୟା ରାଜା ପ୍ରଭୁ ଶ୍ରୀରାମ । ଏହି ବନ୍ଧ ନିର୍ମାଣରେ ପ୍ରଭୁ ଶ୍ରୀରାମଙ୍କୁ କିସକିନ୍ଦାର ରାଜା ସୁଗ୍ରିବ, ରାମଙ୍କ ପରମ ଭକ୍ତ ହନୁମାନ ଓ ଅନ୍ୟ ବାନର ସେ ନା ସହାୟତା କରିଥିବା ମତ ରହିଛି । ଚୁନ ପଥରରେ ୪୮ କିଲୋମିଟର ବ୍ୟାପି ଏହି ପଥର ବନ୍ଧ ଭାରତରୁ ଶ୍ରୀଲଙ୍କାକୁ ସଂଯୋଗ କରୁଥିବା ବେଳେ ସମୁଦ୍ର ଭିତରେ ଏବେ ବି ରାମାୟଣ ସମୟର ସାକ୍ଷୀ ହୋଇରହିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0