spot_img

ଚାଷୀ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ୯ମ ପର୍ଯ୍ୟାୟ ବୈଠକ

ନୂଆଦିଲ୍ଲୀ: ଆଜି ପୁଣି ସରକାରଙ୍କ ସହ ଆଲୋଚନା କରିବେ କୃଷକ ସଂଗଠନ । କୃଷକ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ଆଜି ୯ମ ପର୍ଯ୍ୟାୟ ବୈଠକ ଅନୁଷ୍ଠିତ ହେବ । କୃଷକ କହିଛନ୍ତି ଆମେ ସରକାରଙ୍କଠାରୁ ଅଧିକ କିଛି ଆଶା କରୁନାହୁଁ । କାରଣ ସରକାର ବିବାଦିତ ଆଇନକୁ ଫେରସ୍ତ ନେବାକୁ ଚାହୁଁ ନାହାନ୍ତି । ସରକାରଙ୍କ ସହ ଆଲୋଚନା ହେବ କିନ୍ତୁ କିଛି ଫଳ ହେବ ନାହିଁ । କାରଣ ସରକାର ବିବାଦିତ କୃଷକ ଆଇନକୁ ପ୍ରତ୍ୟାାହାର କରିବାକୁ ଚାହୁଁନାହାନ୍ତି । ପୂର୍ବରୁ ୮ ଥର ଆଲୋଚନା ହୋଇଥିଲେ ମଧ୍ୟ କିଛି ଲାଭ ହୋଇନାହିଁ ବୋଲି ଭାରତୀୟ କୃଷକ ୟୁନିଅନର ନେତା ଯୋଗିନ୍ଦର ସିଂ କହିଛନ୍ତି । ଅନ୍ୟପଟେ କୃଷକ ଆଇନକୁ ନେଇ ସୁପ୍ରମକୋର୍ଟଙ୍କ ଦ୍ୱାରା ଗଠିତ ପ୍ୟାନେଲର ପ୍ରଥମ ବୈଠକ ଆସନ୍ତା ୧୯ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି । ତେଣୁ ଶୁକ୍ରବାର ବସିବାକୁ ଥିବା ବୈଠକ ଶେଷ ବୈଠକ ଶେଷ ବୈଠକ ହେବା ବୋଲି ଆଶା କରାଯାଉଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular