ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ଭୟଙ୍କର ଭୂକମ୍ପ । ରିକ୍ଟର ସ୍କେଲରେ ଭୂକମ୍ପ ତୀବ୍ରତା ୬.୨ ରେକର୍ଡ କରାଯାଇଛି । ଏହି ଭୂମିକମ୍ପ କାରଣରୁ ଏପର୍ଯ୍ୟନ୍ତ ପ୍ରାୟ ୭ ଜଣଙ୍କର ମୃତୁ୍ୟ ହୋଇଛି । ଶତାଧିକ ଲୋକ ଆହତ ହୋଇଛନ୍ତି । ଭୂକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୦ କିଲୋମିଟର ତଳେ ବୋଲି ସୂଚନା ମିଳିଛି । ସବୁଠୁ ଅଧିକ ଝଟକା ଇଣ୍ଡୋନେସିଆ ସୁଲାବେସି ସହରରେ ହୋଇଥିବା ସୂଚନା । ଭୂକମ୍ପର କେନ୍ଦ୍ର ମଜାନେ ସହରରୁ ୬ କିଲୋମିଟର ଦୂର ଉତ୍ତର-ପୂର୍ବରେ କୁହାଯାଉଛି । ରିପୋର୍ଟ ଅନୁସାରେ ୬୦ ରୁ ଅଧିକ ଘର ଏପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛି । ଭୂକମ୍ପ ପରେ ସୁନାମୀର କୌଣସି ଆଶଙ୍କା ନାହିଁ । ଭୁକମ୍ପ ଫଳରେ ତିନୋଟି ସ୍ଥାନରେ ଭୂସ୍ଖଳନ ହୋଇଥିବା ସ୍ଥାନୀୟ ସରକାରଙ୍କ ପକ୍ଷରୁ ସୂଚନା । ସେପଟେ ଦେଶର ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ ମଧ୍ୟ ବିଚ୍ଛିନ୍ନ ହୋଇଛି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ମୃତୁ୍ୟ ସଂଖ୍ୟା ବଢିବାର ଆଶଙ୍କା ମଧ୍ୟ ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0