spot_img

୨୨୯ କେଜି ଗଞ୍ଜେଇ ଜବତ

ସିମିଳିଗୁଡ଼ା :  ଜାତୀୟ ରାଜପଥ ୨୬ ନିକଟ ଏକ ଢ଼ାବା ନିକଟରେ ସିମିଳିଗୁଡ଼ା ପୋଲିସ ଏକ ବୋଲେରୋ ଗାଡିକୁ ଅଟକାଇ ଯାଞ୍ଚ କରିଥିଲା । ଯାଞ୍ଚ କରିବା ସମୟରେ ବୋଲେରୋର ପଛପଟେ ଥିବା ଏକ ଗୁପ୍ତ ଚାମ୍ବରରୁ ଗଞ୍ଜେଇ ଭର୍ତ୍ତି ୮୭ଟି ବ୍ୟାଗ୍ ଜବତ କରିଥିଲା ସେମିଳିଗୁଡା ପୋଲିସ । ୨୨୯ କେଜି ଗଞ୍ଜେଇ ସହ ଜଣକୁ ଗିରଫ କରିଛି ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ବଜାର ମୂଲ୍ୟ ୧୦ଲକ୍ଷରୁ ଅଧିକ ହେବ ବୋଲି ସୂଚନା ଦେଇଛନ୍ତି ସେମିଳିଗୁଡା ଥାନା ଅଧିକାରୀ ଧୀରେନ କୁମାର ବେହେରା । ଗଞ୍ଜେଇ ପଟାଙ୍ଗୀରୁ ଜୟପୁରକୁ ଚୋରା ଚାଲାଣ ହେଉଥିଲା । ଏବେ କୋରାପୁଟ ଜିଲ୍ଲାର ଜାତୀୟ ରାଜପଥରେ ନିୟମିତ ଗଞ୍ଜେଇ ଚୋରାଚାଲାଣ ହେଉଥିବା ବେଳେ କୋରାପୁଟ ପୋଲିସ ସଜାଗ ହୋଇ ଗଞ୍ଜେଇ ଚାଲାଣ କାରବାରରେ ଲିପ୍ତ ଥିବା ଚାଲାଣକାରୀଙ୍କୁ ଧରିବାରେ ସକ୍ଷମ ହୋଇପାରୁଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular