ମୟୁରଭଞ୍ଜ : ମୟୁରଭଞ୍ଜ ଜିଲ୍ଲା ବାମନଘାଟି ଉପଖଣ୍ଡ ଅଞ୍ଚଳରେ ମାତିଛନ୍ତି ଲୁଟେରା ଗ୍ୟାଙ୍ଗ୍ । ଏହି ଅଞ୍ଚଳରେ ବାରମ୍ବାର ଲୁଟେରାମାନେ ଲୁଟ୍ କରିବାର ଲାଗିଛନ୍ତି । ଏଭଳି ଲୁଟ୍ ଘଟଣା ଘଟିଛି ବହଳଦା ଥାନା କାଙ୍କି ନିକଟରେ ।
ସୂଚନାଯୋଗ୍ୟ ଯେ, ବନ୍ଧନ ବ୍ୟାଙ୍କର ତିନି ଜଣ କର୍ମଚାରୀ ଦୁଇଟି ବାଇକରେ ଋଣ ଟଙ୍କା ସଂଗ୍ରହ କରି ଫେରୁଥିଲେ । ଏହି ସମୟରେ ଦୁଇଟି ବାଇକରେ ଚାରି ଜଣ ଲୁଟେରା କାଙ୍କି ନିକଟ ନିଛାଟିଆ ରାସ୍ତାରେ ବ୍ୟାଙ୍କ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଅଟକାଇ ଥିଲେ । ଜୀବନରୁ ମାରିଦେବାକୁ ଧମକ ଦେଇ ଜଣେ ବ୍ୟାଙ୍କ କର୍ମଚାରୀ ନିକଟରୁ ଲକ୍ଷେ ୭୦ ହଜାର ଟଙ୍କା ନେଇ ଯାଇଥିବା ବେଳେ ୨୮ ହଜାର ଟଙ୍କା ନେଇ ପାରି ନ ଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ବିଭିନ୍ନ ସ୍ଥାନରେ ଚେକିଂ ଆରମ୍ଭ କରିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0