ନୟାଗଡ଼: ନୟାଗଡ଼ର ଭାପୁରରେ ଦିବାରାତ୍ର ଭଲିବଲ ଟୁର୍ଣ୍ଣମେଂଟ ଉଦଯାପିତ । ବାଇଗୁଣିଆ ସ୍କୁଲ ପଡ଼ିଆରେ ୟୁଥ ସ୍ପୋର୍ଟସ୍ ବବୁଲ୍ ର ପ୍ରଥମ ବାର୍ଷିକ ଟୁର୍ଣ୍ଣମେଂଟ ଅନୁଷ୍ଠିତ ହୋଇଥିଲା । ଟୁର୍ଣ୍ଣମେଣ୍ଟରେ ବାଇଗୁଣିଆର, ଫତେଗଡ଼, ନିମାଣୀ, ଖଣ୍ଡପଡ଼ା, ବନମାଳୀପୁର, ଖଳିସାହି, ଚକ୍ରଧରପ୍ରସାଦ, ଡ଼ାରୁଢିପି ଦଳ ଗୁଡ଼ିକ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ୟାଚ୍ରେ ଖଣ୍ଡପଡ଼ା ଦଳ ନିମାଣିକୁ ହରାଇ ଚମ୍ପିୟାନ ହୋଇଥିଲା । ଖେଳକୁ ପରିଚାଳନା କରିଥିଲେ ନ୍ୟାସନାଲ ରେଫରୀ ଶ୍ରୀକାନ୍ତ ପଟ୍ଟନାୟକ, ଆଶିଷ ପଟ୍ଟନାୟକ ଏବଂ ସମୀର ଖୁଣ୍ଟିଆ । ବାଇଗୁଣିଆ ସରପଞ୍ଚ ପ୍ରତିନିଧି ସିଦେ୍ଧଶ୍ୟର ବେହେରା ଟୁର୍ଣ୍ଣମେଣ୍ଟର ଉଦଘାଟନ କରିଥିଲେ । ବାଇଗୁଣିଆ ବିଜେଡ଼ି ଯୁବ ସଭାପତି , ନାରାୟଣ ମହାରଣା ଖେଳର ଉଦଯାପନ କରିଥିଲେ । ଚାମ୍ପିୟାନ ଦଳକୁ ତିନି ହଜାର ଟଙ୍କା ଏବଂ ରନର୍ସ ଅଫ ଦଳକୁ ଦୁଇ ହଜାର ଟଙ୍କା ପ୍ରଦାନ କରାଯାଇଥିଲା ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0