ଝାରସୁଗୁଡ଼ା: ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ମରାକୁଟା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ଏକ ପ୍ରେମୀ ଯୁଗଳ ଆତ୍ମହତ୍ୟା କରିବା ପାଇଁ ବିଷ ପିଇ ଦେଇଥିଲେ। ଏଥିରେ ପ୍ରେମିକ ଗୋବର୍ଦ୍ଧନ ଓରାମର ମୃତ୍ୟୁ ଘଟିଥିବା ବେଳେ ପ୍ରେମିକା ଗୁରୁତର ଅସୁସ୍ଥ ହୋଇ ମୁଖ୍ୟ ଚିକତ୍ସାଳୟରେ ଚିକିତ୍ସିତ ହେଉଥିବା ଜଣାଯାଇଛି। ଏହି ଘଟଣା ଗତକାଲି ସକାଳେ ଘଟିଥିବା ବେଳେ ପୁଲିସ ସନ୍ଧ୍ୟାରେ ଖବର ପାଇଥିବା ସଦର ଥାନା ଆଇଆଇସି ଶୁଚିସ୍ମିତା ମହାନ୍ତି କହିଛନ୍ତି। ଗୋବର୍ଦ୍ଧନର ମୃତଦେହ ମରାକୁଟା ନିକଟରେ ଏକ ବୁଦାମୂଳରେ ପଡ଼ିଥିଲା। ପୁଲିସ ଓ ମାଜିଷ୍ଟ୍ରେଟ ମୁଖ୍ୟ ଚିକତ୍ସାଳୟରେ ପହଞ୍ଚି ଆହତ ଯୁବତୀର ବୟାନ ରେକର୍ଡ଼ କରିଛନ୍ତି। ମୃତ ଯୁବକର ଘର ଲଖନପୁର ବ୍ଲକ ଉବୁଡ଼ା ଗ୍ରାମରେ ହୋଇଥିବା ବେଳେ ପରିବାର କିଛି ଲୋକ ସମ୍ବଲପୁର ଜମାଦାରପାଲି ଠାରେ ରୁହନ୍ତି। ଖବର ପାଇ ପରିବାର ଲୋକ ପହଞ୍ଚିଥି ଥିଲେ। ଉଭୟ ଯୁବକ-ଯୁବତୀ କାହିଁକି ଓ କେଉଁ କାରଣରୁ ବିଷ ପିଇଥିଲେ ତାର ତଦନ୍ତ କରାଯିବ ବୋଲି ପୁଲିସ କହିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0