spot_img

ଏଣିକି ସ୍କୁଲରେ ଅନଲାଇନରେ ହେବ ନାମଲେଖା

ଭୁବନେଶ୍ୱର : ଦୁର୍ବଳ ଶ୍ରେଣୀର ପିଲାଙ୍କୁ ମାଗଣା ଶିକ୍ଷା ପ୍ରଦାନ ସୁନିଶ୍ଚିତ କରାଇବା କ୍ଷେତ୍ରରେ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଶିକ୍ଷା ଅଧିକାର ଆଇନ-୨୦୦୯ରେ ୬ରୁ ୧୪ ବର୍ଷ ବୟସର ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷାଦାନ ପାଇଁ ବ୍ୟବସ୍ଥା କରାଯାଇଛି। ଆଇନର ପାରା ୧୨.୧(ସି)ରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ ବେସରକାରୀ ସ୍କୁଲରେ ଆର୍ଥିକ ଅନଗ୍ରସର ଓ ଦୁର୍ବଳ ଶ୍ରେଣୀର ପିଲାଙ୍କ ପାଇଁ ୨୫% ସ୍ଥାନ ସଂରକ୍ଷଣ ରହିବ। ତେବେ ରାଜ୍ୟରେ ଏହି ବ୍ୟବସ୍ଥା ଠିକ ଭାବେ ଲାଗୁ ହେଉ ନଥିବା ଦୃଷ୍ଟିକୁ ଆସିଥିଲା। ଅଧିକାଂଶ ବିଦ୍ୟାଳୟ ବିଭିନ୍ନ ଆଳ ଦେଖାଇ ୨୫% ସିଟରେ ନାମ ଲେଖା କରାଉନଥିବା ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ଏଣିକି ୨୫% ସିଟରେ ଗରିବ ପିଲାଙ୍କ ନାମଲେଖା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପୋର୍ଟାଲ www.rteparadarshi.odisha.gov.in ପ୍ରସ୍ତୁତ ହୋଇଛି।

LEAVE A REPLY

Please enter your comment!
Please enter your name here

- Advertisment -

Most Popular