spot_img

କୋଭିଡ୍ ଟିକାକରଣର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ, ଟିକାକରଣ ପରେ ବି ମାନିବାକୁ ପଡିବ କଟକଣା

ନୂଆଦିଲ୍ଲୀ: ଆଜି ଭାରତରେ ବିଶ୍ୱର ସବୁଠାରୁ ବୃହତ କୋଭିଡ ଟିକାକରଣ ଆରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏନେଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଟିକାକରଣ କାର୍ୟ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଥିଲେ କି ଆଜିର ଦୀନରେ ରାଷ୍ଟ୍ରକବି ରାମଧାରୀ ସିଂଙ୍କ କବିତା ମନେ ପଡୁଛି । ରାମଧାରୀ ତାଙ୍କର ଏକ କବିତାରେ କହିଥିଲେ କି ମାନବ ଯେତେବେଳେ ଜୋର ଲଗାଇ କୌଣସି କାମରେ ମନୋନିବେଶ କରେ ସେତେବେଳେ ପଥର ବି ପାଣି ହୋଇଯାଏ । ଏହି ଶୁଭାରମ୍ଭ ବେଳେ ପ୍ରଧାନମନ୍ତ୍ରୀ ଭାବୁକ ହୋଇପଡିଥିଲେ । ସେ କହିଥିଲେ କି ଏହା ଏପରି ଏକ ରୋଗ ଯେତେବେଳେ ଶିଶୁ କାନ୍ଦୁଥିଲା ସେତେବେଳେ ତା ମା ତା ପାଖକୁ ଯାଇପାରୁ ନଥିଲା । ଏହି ରୋଗ ଲୋକମାନଙ୍କୁ ସେମାନଙ୍କର ଘର ଓ ସଂପକିୟ ମାନଙ୍କ ଠାରୁ ଦୂରେଇ ରଖିଛି । ମେଡିକାଲରେ ଭର୍ତ୍ତି ହୋଇଥିବା ରୋଗୀ ପାଖକୁ ତାଙ୍କ ନିଜର ଲୋକମାନେ ଆସିପାରୁ ନଥିଲେ । ଏହାସହ ଅନେକ ଲୋକ ଏହି ରୋଗରେ ସଂକ୍ରମିତ ହୋଇ ଆଜି ଆମକୁ ଛାଡି ଚାଲିଯାଇଛନ୍ତି । ହେଲେ ସେମାନଙ୍କ ଅନ୍ତିମ ସଂସ୍କାର ବେଳେ ବି ଆମେ ତାଙ୍କ ପାଖରେ ଛିଡା ହୋଇପାରି ନାହୁଁ । ଟିକାକରଣ ଶୁଭାରମ୍ଭ ଅବସରରେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ ସମ୍ବୋଧିତ କରୁଥିବା ବେଳେ ପୁରା ଭାବୁକ ହୋଇପଡିଥିଲେ । ସେ କହିଥିଲେ କି କରୋନା ବେଳେ ଆମର ଅନେକ ସାଥି ଚିକିତ୍ସା ହେବାକୁ ଯାଇ ମେଡିକାଲରୁ ଆଉ ଫେରି ନଥିଲେ । ହେଲେ ଏଭଳି ସଂକଟ ବେଳେ ବି ଦେଶବାସୀଙ୍କ ମଧ୍ୟରେ ସଂକଟରୁ ମୁକ୍ତି ପାଇବାକୁ ଆଶା ସଂଚାର ହୋଇଥିଲା । ଲୋକମାନଙ୍କୁ ବଞ୍ଚାଇବାକୁ ସେମାନେ ନିଜ ଜୀବନକୁ ବି ବାଜି ଲଗାଇ ଦେଇଥିଲେ । ସେମାନେ ହେଉଛନ୍ତି ଡାକ୍ତର, ନର୍ସ, ପାରା ମେଡକାଲ ଷ୍ଟାଫ୍, ଆମ୍ବୁଲାନ୍ସ ଡ୍ରାଇଭର, ଆଶା କର୍ମୀ, ସଫେଇ କର୍ମଚାରୀ , ପୋଲିସ ଓ ଆହୁରି ଅନେକ ଆଗଧାଡିର କରୋନା ଯୋଦ୍ଧା । ସେମାନଙ୍କ ମଧ୍ୟରୁ ଅନେକ ଯୋଦ୍ଧାଙ୍କ ଜୀବନ ଯାଇଛି । କରୋନା ଯୋଦ୍ଧା ଭାବେ କାମ କରି ପ୍ରାଣ ହରାଇଥିବା ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରଦ୍ଧାଞ୍ଜଳୀ ଦେଇଥିଲେ । ଟିକାକରଣର ଶୁଭାରମ୍ଭ ବେଳେ ପ୍ରଧାନମନ୍ତ୍ରୀ ଲୋକମାନଙ୍କୁ କରୋନା ଟିକାର ପରବର୍ତ୍ତି ସ୍ଥିତି ବାବଦରେ କହିଥିଲେ । ସେ କହିଛନ୍ତି କି ଟିକାକରଣର ଅର୍ଥ ନୁହେଁ ଯେ କରୋନା ସମ୍ପୁର୍ଣ୍ଣ ଭାବେ ଆପଣ ମାନଙ୍କ ଠାରୁ ଦୂରେଇ ଗଲା । କରୋନାରୁ ବଞ୍ଚିବାକୁ ହେଲେ ଟିକା ନେବା ପରେ ବି ପୂର୍ବଭଳି ସମସ୍ତ କୋଭିଡ କଟକଣାକୁ ମାନିବାକୁ ପଡିବ । ଯେମିତି କି ସାମାଜିକ ଦୂରତା, ମାସ୍କ ବ୍ୟବହାର, ସାନିଟାଇଜର ବା ସାବୁନରେ ବାରମ୍ବାର ହାତ ଧୋଇବା ଉପରେ ଗୁରୁତ୍ୱାରୋପ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular