କଟକ: ଏସିବି ମେଡିକାଲରେ ଟିକାକରଣର ଶୁଭାରମ୍ଭ ହୋଇଛି। ଉଦଘାଟନୀ କାର୍ୟ୍ୟରେ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ, ସିଏମସି କମିଶନର ଅନନ୍ୟା ଦାସ, ଆରଡିସି ଅନିଲ କୁମାର ସାମଲ ସମେତ ଏସସିବି ଅଧୀକ୍ଷକ ପ୍ରଫେସର ଡ଼ାକ୍ତର ଦତ୍ତେଶ୍ବର ହୋତା ଓ ବିଶେଷଜ୍ଞମାନେ ଉପସ୍ଥିତ ରହିଥିଲେ। ଏସସିବିରେ ଆଜି ପ୍ରଥମ ଟିକା ନେଇଛନ୍ତି ସଫେଇ କର୍ମଚାରୀ ବର୍ଷା ଦେଈ। ଏହି ଟିକା ୧୧ଶହ ସ୍ବାସ୍ଥ୍ୟ କର୍ମଚାରୀ ନେବେ କରୋନା ଟିକା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଅନ୍ତିମ ପର୍ୟ୍ୟାୟରେ ପହଞ୍ଚିଛି। ଏସସିବି ମେଡିକାଲ କଲେଜର ବିଏସସି ନର୍ସିଂ କଲେଜରେ ଟିକା ପାଇଁ ଜିଲ୍ଲାସ୍ତରୀୟ ଉଦଘାଟନ କାର୍ୟ୍ୟକ୍ରମ ଅନୁଷ୍ଠିତ ହେବ। ତେବେ କିଏ କେଉଁ କେନ୍ଦ୍ରରେ ପ୍ରଥମେ ଟିକା ନେବ ସେଥିପାଇଁ ତତ୍ପରତା ପ୍ରକାଶ ପଇଛି। ଏସସିବିରେ ପ୍ରଫେସର ଡି.ଏନ.ମହାରଣା, ସିଟି ହସ୍ପିଟାଲରେ ଫାର୍ମାସିଷ୍ଟ ଏନ. ପି ତିୱାରୀ, ସିଡିଏ ହସ୍ପିଟାଲରେ ସଫେଇ କର୍ମଚାରୀ ବ୍ରଜବନ୍ଧୁ ନାଏକ, ନିଆଳିରେ କମଳାକାନ୍ତ ନାୟକ ଓ ଜଗତପୁରରେ ଷ୍ଟାଫନର୍ସ ପ୍ରତିଭା ସ୍ବାଇଁ ପ୍ରମୁଖ ପ୍ରଥମେ ଟିକା ନେବେ ବୋଲି ଜଣାପଡ଼ିଛି। ଜିଲ୍ଲାର ସମସ୍ତ ୧୧ଟି କେନ୍ଦ୍ରରେ କିଏ ପ୍ରଥମେ ଟିକା ନେବେ ସେଥିପାଇଁ ତାଲିକା ପ୍ରସ୍ତୁତ କରାଯାଇଥିବାବେଳେ ଆଜି ଜିଲ୍ଲାପାଳ ଏସସିବି ମେଡିକାଲ, ବାଙ୍କୀ, ଆଠଗଡ଼ ଓ ବଡ଼ମ୍ବା ଟିକାକରଣ କେନ୍ଦ୍ର ପରିଦର୍ଶନ କରି ଭିତ୍ତିଭୂମି ଯାଂଚ କରିଥିଲେ।



Visitors Today : 0
Total Visitors : 130436
Total Views : 9891967
Visitors Online Now : 0