spot_img

ଟଙ୍କା ହଡ଼ପ ନେଇ ନିଲମ୍ବିତ ହେଲେ ବିଡିଓ, ଜେଇ

ଉମରକୋଟ : ଦୁର୍ନୀତି ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି ଝରିଗାଁ ବିଡିଓ ଓ ଜେଇ । ଝରିଗାଁ ବିଡିଓ ଦେବେନ୍ଦ୍ର ବାହାଦୂର ସିଂ ଧରୁଆ ଏବଂ ଜେଇ ସୁନୀଲ ସାମଲଙ୍କୁ ସସପେଣ୍ଡ କରାଯାଇଛି । ସ୍ୱଚ୍ଛ ଭାରତ ମିଶନରେ ଝରିଗାଁରେ ପାଇଖାନା ଦୁର୍ନୀତି ଅଭିଯୋଗ ହୋଇଥିବା ବେଳେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଉଭୟଙ୍କୁ ନିଲମ୍ବନ କରାଯାଇଛି । ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତକାଲି ଏକ ପତ୍ର ମାଧ୍ୟମରେ ଏହି ସୂଚନା ଦିଆଯାଇଛି। ଝରିଗାଁ ବ୍ଲକରେ ସ୍ୱଚ୍ଛ ଭାରତ ମିଶନ ମାଧ୍ୟମରେ ଶୌଚାଳୟ ନିର୍ମାଣରେ ଅନିୟମିତତା ହୋଇଥିବା ବେଳେ ଏଥିରେ ବିଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କ କାର୍ୟ୍ୟରେ ସମ୍ପୃକ୍ତି ଥିବା ନେଇ ଉଭୟଙ୍କୁ ନିଲମ୍ବିତ କରାଯାଇଥିବା ଦର୍ଶାଯାଇଛି । କିଛିଦିନ ତଳେ ଝରିଗାଁ ବ୍ଲକରେ ଶୌଚାଳୟ ନିର୍ମାଣରେ ଅନିୟମିତାକୁ ନେଇ ବିଡିଓ ଦେବେନ୍ଦ୍ର ବାହାଦୁର ସିଂ ଧୁରୁଆଙ୍କ ବିରୋଧରେ ଶତାଧିକ ହିତାଧିକାରୀ ଝରିଗାଁ ଥାନାରେ ଏତଲା ଦେଇଥିଲେ । ଏତଲା ପରେ ନବରଙ୍ଗପୁର ଜିଲ୍ଲାପାଳ ଡ. ଅଜିତ କୁମାର ମିଶ୍ରଙ୍କ ନିର୍ଦ୍ଧେଶ କ୍ରମେ ନବରଙ୍ଗପୁର ପିଡି ଡିଆରଡିଏ ଉକ୍ତ ଅଂଚଳକୁ ଯାଇ ତଦନ୍ତ କରିଥିଲେ ଏବଂ ଗତକାଲି ରାଜ୍ୟ ସରକାର ଉଭୟ ବିଡିଓ ଏବଂ କନିଷ୍ଠ ଯନ୍ତ୍ରୀଙ୍କୁ ନିଲମ୍ବିତ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular