ଭୁବନେଶ୍ବର: ଝାରପଡ଼ା ଜେଲରେ ଜଣେ ବିଚାରାଧୀନ କଏଦୀର ମୃତ୍ୟୁ ଘଟିଥିବାର ଖବର ମିଳିଛି। ମୃତ କଏଦୀର ନାମ ରବି ଦୁଲାଲ। ସେ ନୟାଗଡ଼ ଅସ୍ତ୍ରାଗାର ଲୁଟ ଘଟଣାରେ ଗିରଫ ହୋଇ ଜେଲରେ ଥିଲେ। ଆଜି ସକାଳେ ରବି ପାଣି ଆଣିବାକୁ ଯାଇଥିଲା। ଏହି ସମୟରେ ତାର ମୁଣ୍ଡ ବାଡ଼େଇ ହୋଇଗଲା। ସେ ତଳେ ପଡ଼ିଯାଇଥିଲା। ତାପରେ ତାକୁ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାକୁ ମୃତ ଘୋଷଣା କରିଥଲେ। ଅଭିଯୁକ୍ତ ମାଓବାଦୀଙ୍କ ସହ ସମ୍ପୃକ୍ତି ଅଭିଯୋଗରେ ଜେଲରେ ଥିଲା। ଏହାଛଡ଼ା ରବି ଦଶପଲ୍ଲା ଥାନା ପୋଡ଼ି, ଅସ୍ତ୍ରଶସ୍ତ୍ର ଲୁଟ, ହତ୍ୟା, ବିସ୍ଫୋରଣ କରିବା ଭଳି ସଂଗୀନ ମାମଲାର ଅଭିଯୁକ୍ତ ଥିଲା ବୋଲି ସୂଚନା ମିଳିଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0