ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦେଶରେ କୋଭିଡ୍-୧୯ ଟିକାକରଣ ଅଭିଯାନର ଶୁଭାରମ୍ଭ କରିବା ପରେ ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶବ୍ୟାପୀ ଟିକା ଦାନ ଆରମ୍ଭ ହୋଇଛି। କୋଭସିଲ୍ଡ ଟିକା ପ୍ରସ୍ତୁତ କରିଥିବା କମ୍ପାନୀ, ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର ମୁଖ୍ୟ ଅଦାର ପୁନାୱାଲା ଟିକା ନେଇଛନ୍ତି । ଆଉ ଟିକା ନେବା ବେଳର ଭିଡିଓକୁ ନିଜ ଟ୍ୱିଟରରେ ପୋଷ୍ଟ କରିଛନ୍ତି । ଏହାସହ ମେଗା ଟିକାକରଣର ଶୁଭାରମ୍ଭ କରିଥିବାରୁ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ଅଦାର ପୁନାୱାଲା । ମହାମାରୀ ଲଢେଇରେ ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କୋଭିସିଲ୍ଡ ଭାକସିନ ସାମିଲ ହୋଇଛି । ଆଉ ଦେଶବ୍ୟାପୀ ମେଗା ଟିକାକରଣରେ କୋଭିସିଲଡ ସାମିଲ ହେବା ମୋ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି ଅଦାର ପୁନାୱାଲା । ଦେଶବାସୀ ଟିକା ନିଅନ୍ତୁ ଆଉ ସୁସ୍ଥ ରହୁନ୍ତୁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0