ହାଇଦ୍ରାବାଦ : ତେଲଗୁ ଫିଲ୍ମ ସୁପରଷ୍ଟାର ଅଭିନେତା ପ୍ରଭାସଙ୍କ ଆଗାମୀ ଫିଲ୍ମ ‘ସଲାର୍’ ର ଉଦ୍ଘାଟନ ହୋଇଯାଇଛି। ଶୁକ୍ରବାର ଦିନ ଫିଲ୍ମ ନିର୍ମାତା ହାଇଦ୍ରାବାଦ ର ରାମାନାୟଡୁ ସ୍ଟୁଡିଓରେ ଏକ ମହୁରତ ପୂଜା ରଖିଛନ୍ତି ଯେଉଁଥିରେ ପ୍ରଭାସଙ୍କ ବ୍ୟତୀତ କର୍ଣ୍ଣାଟକର ଉପମୁଖ୍ୟମନ୍ତ୍ରୀ ଡକ୍ଟର ସିଏନ୍ ଅଶ୍ୱଥନାରାୟଣ ଉପସ୍ଥିତ ରହି ସମାରୋହର ଶୋଭା ବଢାଇଥିଲେ। ପୂଜା ସମୟରେ ଫିଲ୍ମ ନିର୍ମାତା ଏବଂ ନିର୍ଦେଶକ ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ ଆକର୍ଷଣର ପ୍ରମୁଖ କେନ୍ଦ୍ର କନ୍ନଡ ସୁପରଷ୍ଟାର ଅଭିନେତା ୟଶ୍ ହୋଇଥିଲେ।
ଏସଏସ ରାଜମୌଲି ଙ୍କର ‘ବାହୁବଳୀ’ ସିରିଜ୍ ରେ ବାହୁବଳୀ ଅଭିନୟ କରି ସାରା ଦେଶରେ ପ୍ରସିଦ୍ଧ ହୋଇଥିବା ଅଭିନେତା ପ୍ରଭାସ, ବିଜୟ କିରାଙ୍ଗଦୁର ଙ୍କ ନିର୍ମିତ ଆଗାମୀ ଫିଲ୍ମ ‘ସଲାର୍’ ପାଇଁ ସାଇନ୍ କରିଛନ୍ତି , ଯେଉଁଥିରେ ପ୍ରଶାନ୍ତ ନିଲ୍ ନିର୍ଦେଶନା ଦେବେ। ବିଜୟ ଏବଂ ପ୍ରଶାନ୍ତ ଙ୍କ ଯୋଡି କାନ୍ନାଡା ଫିଲ୍ମ ‘କେଜିଏଫ୍’ ରୁ ଫେମସ୍ ହୋଇଛି | ଏ ସମସ୍ତ କଳାକାର ଫିଲ୍ମ ‘ସଲାର୍’ ର ମୁହୂର୍ତ୍ତ ପାଇଁ ରଖା ଯାଇଥିବା ପୂଜାରେ ଶୁକ୍ରବାର ଦିନ ନଜରକୁ ଆସିଛନ୍ତି।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0