ରାଇରଙ୍ଗପୁର : ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ବଳଭଦ୍ରପୁର ଗ୍ରାମରେ କୂଅରୁ ଦିବ୍ୟାଙ୍ଗ ବୃଦ୍ଧଙ୍କ ମୃତଦେହ ଉଦ୍ଧାର। ।
ଗ୍ରାମରେ ଥିବା ଏକ କୂଅରେ ଧୋତି ସାହାଯ୍ୟରେ ଫାସୀ ଲଗାଇ ବୃଦ୍ଧ ଜଣକ ଝୁଲିଥିଲେ । ତେବେ ଧୋତି ଛିଣ୍ଡି ଯିବାରୁ ବୃଦ୍ଧ ଜଣଙ୍କୁ କୂଅରେ ବୁଡ଼ି ଯାଇ ମୃତ୍ୟୁବରଣ କରିଥିବା ସନ୍ଦେହ କରାଯାଉଛି। କୂଅରେ ମୃତଦେହ ପଡ଼ିଥିବା ଦେଖି ଗାଁ ଲୋକେ ପୋଲିସକୁ ଖବର ଦେବାରୁ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିଥିଲେ।
ମୃତ ବୃଦ୍ଧ ଜଣଙ୍କ ସେହି ଗ୍ରାମର ୭୨ ବର୍ଷ ବୟସ୍କ ଶିବ ଚରଣ ମହାନ୍ତ ବୋଲି ଜଣାପଡିଛି। ତେବେ ରାଇରଙ୍ଗପୁର ଟାଉନ ଥାନା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ବୃଦ୍ଧ ଜଣଙ୍କ ଦିବ୍ୟାଙ୍ଗ ଏବଂ ତାଙ୍କ ଗୋଟିଏ ହାତ ଓ ଗୋଟିଏ ଗୋଡ଼ ଭଲ ଭାବରେ କାମ କରୁନଥିବାରୁ କେମିତି ସେ ଧୋତି ସାହାଯ୍ୟରେ କୂଅରେ ଫାସୀ ଲଗାଇ ପାରିଲେ ତାକୁ ନେଇ ସନ୍ଦେହ ଦୂର ହେଉନାହିଁ ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0