spot_img

ନିଆଳି ଡାକ୍ତରଖାନାରେ କରୋନା ଟିକାକୁ ବର୍ଜନ କଲେ ଏଏନମ କର୍ମୀ

କଟକ : କଟକ ଜିଲ୍ଲା ନିଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରେ ଟିକା ନେଲେ ଲାହିଁ ସ୍ୱାସ୍ଥ୍ୟକର୍ମୀ । ଟିକା ବର୍ଜନ କରିବା ସହ ଗଣ ଧାରଣ ଦେଇଛନ୍ତି ସ୍ୱାସ୍ଥ୍ୟକର୍ମୀ । କୋଭିଡ କେୟାର ହୋମ ପାଇଁ ମହିଳା ସ୍ୱାସ୍ଥ୍ୟ କର୍ମୀଙ୍କ ପୁନଃ ନିଯୁକ୍ତି ଦାବି କରି ଟିକା ନେଲେ ନାହିଁ ୧୫ରୁ ୧୬ ଜଣ ସ୍ୱାସ୍ଥ୍ୟକର୍ମୀ । ସେମାନେ ବିଭିନ୍ନ ଗ୍ରାମ ପଂଚାୟତରେ ଖୋଲା ଯାଇଥିବା କୋଭିଡ କେୟାର ସେଂଟରରେ କାମ କରୁଥିଲେ ।ଜରୁରୀ ସମୟରେ ସରକାର ସେମାନଙ୍କୁ ନିଯୁକ୍ତ ଦେଇଥିଲେ, କିନ୍ତୁ ସ୍ଥିତି ନିୟନ୍ତ୍ରଣ ହେବା ପରେ ତାଙ୍କୁ ଚାକିରିରୁ ବାହାର କରିଦେଲେ । ଏଯାଏଁ ବକେୟା ଦରମା ଦେଇ ନାହାନ୍ତି । ତେଣୁ ଟିକା ବର୍ଜନ କରିଛନ୍ତି ସରକାରଙ୍କ କରୋନା ଟିକା ତାଲିକାରେ ଥିବା ସ୍ୱାସ୍ଥ୍ୟକର୍ମୀ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular