ବଲାଙ୍ଗୀର: ଡକାୟତି ଯୋଜନା ପଣ୍ଡ । ଡକାୟତଙ୍କୁ ଧରିଲା ଲୋଇସିଂହା ପୋଲିସ । ଡକାୟତି ଯୋଜନା କରୁଥିବା ବେଳେ ଧରିଲା ପୋଲିସ । ୩ ଜଣ ଡକାୟତକୁ ଧରିବା ସହ ବନ୍ଧୁକ ଓ ୧୦ ରାଉଣ୍ଡ ଗୁଳି ଜବତ କରିଛି ପୋଲିସ । ଲୋଇସିଂହା ଥାନା କୁଟାସିଂଘା ଗାଁ ଜଙ୍ଗଲରେ ଲୁଚି ରହିଥିବା ଡକାୟତକୁ ଦେଖିଥିଲେ ଆଗଲପୁର ଗାଁ ଲୋକ । ଏ ନେଇ ଲୋଇସିଙ୍ଘା ଥାନାକୁ ଜଣାଇଥିଲେ । ଘଟଣାସ୍ଥଳରେ ସାଧା ପୋଷାକରେ ଲୋଇସିଙ୍ଘା ପୋଲିସ ପହଞ୍ଚି ଗାଁ ଲୋକଙ୍କ ସହାୟତାରେ ସେମାନଙ୍କୁ କାବୁ କରିଥିବା ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0