ନୂଆଦିଲ୍ଲୀ: ଟିକା ନେଲେ ଏମ୍ସ ନିର୍ଦ୍ଦେଶକ। ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ ଡା.ରଣଦୀପ ଗୁଲେରିଆ ଆଜି କୋଭିଡ-୧୯ ଭାକସିନର ପ୍ରଥମ ଡୋଜ ନେଇଛନ୍ତି । ଲୋକଙ୍କ ବିଶ୍ୱାସ ବଢ଼ାଇବା ପାଇଁ ପ୍ରଥମ ଦିନରେ ସେ ଟିକା ନେଇଛନ୍ତି। ଏଥିସହ ସେ ଦେଶବାସୀଙ୍କୁ କରୋନା ଭେକସିନର ପ୍ରଥମ ଡୋଜ ନେବା ପରେ ଦ୍ୱିତୀୟ ଡୋଜ ନେବା ପାଇଁ ଭୁଲିବେ ନାହିଁ ବୋଲି ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଆଜି ଦେଶ ପାଇଁ ସବୁଠାରୁ ବଡ ଦିନ। ଗୁଲେରିଆଙ୍କୁ ପୂର୍ବରୁ ଆଜି ଦିଲ୍ଲୀ ଏମ୍ସରେ ଜଣେ ସଫେଇ କର୍ମଚାରୀ ମନୀଷ କୁମାରଙ୍କୁ ପ୍ରଥମେ କରୋନା ଟିକା ଦିଆଯାଇଛି। ଏହି ସମୟରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡା.ହର୍ଷବର୍ଦ୍ଧନ ଏବଂ ଏମ୍ସ ନିର୍ଦ୍ଦେଶକ ଡା.ଗୁଲେରିଆ ମଧ୍ୟ ଉପସ୍ଥିତ ଥିଲେ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0