ଭୁବନେଶ୍ୱର: ଆଜି ସକାଳେ ୫-ଟି ସଚିବ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ କେତେକ ହାଇସ୍କୁଲ ପରିଦର୍ଶନ କରିଛନ୍ତି। ତାଙ୍କ ସହ ଭୁବନେଶ୍ବର ମହାନଗର ନିଗମ କମିସନର ପ୍ରେମଚନ୍ଦ୍ର ଚୌଧୁରୀ ମଧ୍ୟ ଉପସ୍ଥିତ ଥିଲେ। ରାଜଧାନୀର ୟୁନିଟ-୬, ୟୁନିଟ-୧, କ୍ୟାପିଟାଲ ହାଇସ୍କୁଲ, ୟୁନିଟ -୯ ଗାର୍ଲସ ହାଇସ୍କୁଲ ଏବଂ ଆଇଆରସି ଭିଲେଜ ହାଇସ୍କୁଲ ପରିଦର୍ଶନ କରି ୫-ଟି ସଚିବ ଭି. କେ. ପାଣ୍ଡିଆନ ଶିକ୍ଷକ ଏବଂ ‘ଏସଏମସି’ ସଦସ୍ୟମାନଙ୍କ ସହ ଆଲୋଚନା କରିଥିଲେ। ସ୍କୁଲରେ ବିଜ୍ଞାନ ପରୀକ୍ଷାଗାର, ସ୍ମାର୍ଟ କ୍ଲାସ୍ରୁମ, ଲାଇବ୍ରେରି ରିଡିଙ୍ଗ ରୁମ, ଖେଳକୁଦ ସୁବିଧା କିପରି ରହିଛି ଏବଂ ୧୦ମ ପରୀକ୍ଷାଫଳ କିପରି ହୋଇଛି ସେ ସଂକ୍ରାନ୍ତରେ ୫-ଟି ସଚିବ ସେମାନଙ୍କୁ ପଚାରି ବୁଝିଥିଲେ । ଫଳାଫଳ କିଭଳି ଭଲ କରାଯାଇପାରିବ, ରାଜ୍ୟ ସରକାରଙ୍କ ମୋ ସ୍କୁଲ କାର୍ୟ୍ୟକ୍ରମ କେତେ ସକ୍ରିୟ ରହିଛି ଏବଂ ମୋ ସ୍କୁଲ ମାଧ୍ୟମରେ କ’ଣ କରାଯାଉଛି ସେ କଥା ମଧ୍ୟ ସେ ପଚାରିଥିଲେ। କେତେକ ସ୍କୁଲରେ ମୋ ସ୍କୁଲ ଖୁବ ସକ୍ରିୟ ଏବଂ ପ୍ରଭାବଶାଳୀ ଥିବା କଥା ସେ ଅବଗତ ହୋଇଥିଲେ।



Visitors Today : 0
Total Visitors : 130436
Total Views : 9891967
Visitors Online Now : 0