spot_img

ଦାଦାର ଠେଙ୍ଗା ମାଡରେ ପୁତୁରା ମୃତ

ନୂଆପଡା : ଜମି ବିବାଦ ହେଲା କାଳ । ଦାଦାର ଠେଙ୍ଗା ମାଡରେ ପୁତୁରା ମୃତ । ନୂଆପଡା ଜିଲ୍ଲା ସିନାପାଲି ଥାନା ଗମ୍ଭାରୀଗୁଡା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ନୂଆପଡା ଜିଲ୍ଲା ସିନାପାଲି ଥାନା ଗମ୍ଭାରୀଗୁଡା ଗ୍ରାମର ଦାଦା ଓ ପୁତୁରଙ୍କ ମଧ୍ୟରେ ବହୁ ଦିନରୁ ଜମିବାଡିକୁ ନେଇ ବିବାଦ ଲାଗି ରହିଥିଲା । ଶନିବାର ଏହି ବିବାଦକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ପାଟିତୁଣ୍ଡ ଏତେ ବଢି ଯାଇଥିଲା ଯେ, ପୁତୁରା ନନ୍ଦ କିଶୋର ଖର୍ସେଲଙ୍କୁ ଦାଦା ଏକ ଠେଙ୍ଗାରେ ଶକ୍ତ ପ୍ରହାର ଦେଇଥିଲେ । ଫଳରେ ସେଠାରେ ହିଁ ପୁତୁରା ଟଳି ପଡିଥିଲେ । ତେବେ ଘଟଣା ପରେ ଅଭିଯୁକ୍ତ ଦାଦା ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ । ଖବର ପାଇ ସିନାପାଲି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular