ମୁମ୍ବାଇ: ସୂଚନା ମୁତାବକ ପିସ୍ତା ଧାକଡ୍ ବିଗ୍ ବସ୍-୧୪ ଶୋ’ର ପ୍ରଡକ୍ସନ କମ୍ପାନୀ ଏଣ୍ଡମୋଲ୍ ସାଇନ୍ ଇଣ୍ଡିଆରେ କାମ କରୁଥିଲେ। ଶୁକ୍ରବାର ଦିନ ୱିକେଣ୍ଡ କା ୱାର୍ ଶୁଟିଂ ସାରି ପିସ୍ତା ଧାକଡ ସ୍କୁଟିରେ ନିଜ ଘରକୁ ଯାଉଥିଲେ। ଏହି ସମୟରେ ଅନ୍ଧାର ରାତିରେ ତାଙ୍କ ସ୍କୁଟି ସ୍ଲିପ ହୋଇ ଏକ ଗାତ ଭିତରେ ପଶିଯାଇଥିଲା। ଫଳରେ ସେ ତଳେ ପଡିଯାଇଥିଲେ। ଠିକ ଏତିକିବେଳେ ପଛ ପଟୁ ଏକ ଭ୍ୟାନିଟି ଭ୍ୟାନ୍ ଆସି ତାଙ୍କ ଉପରେ ଚଢ଼ିଯାଇଥିଲା। ଦୁର୍ଘଟଣାରେ ସେ ଗଭୀର ଆହତ ହୋଇଥିଲେ। ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିଲା।
ପିସ୍ତା ଧାକଡ୍ ବିଗ୍ ବସ୍ ଛଡା ଖତରୋଁ କେ ଖିଲାଡୀ, ଫିଅର ଫ୍ୟାକ୍ଟର, ଦ ଭଏସ୍ ଭଳି ଟିଭି ଶୋ’ରେ ମଧ୍ୟ କାମ କରିଛନ୍ତି। ଦୀର୍ଘ ଦିନ ହେବ ସେ ଏଣ୍ଡେମଲ୍ ସାଇନ୍ସ ଇଣ୍ଡିଆ ସହ ଜଡିତ ଥିଲେ।



Visitors Today : 0
Total Visitors : 130436
Total Views : 9891967
Visitors Online Now : 0