ସମ୍ବଲପୁର : ସମ୍ବଲପୁର ଜିଲ୍ଲା ହାତିବାରୀ ଷ୍ଟେସନ ପାଖ ମୁଣ୍ଢେର ଗାଁ ନିକଟରେ ଅଟକିଛି ରାଉରକେଲା-ଭୂବନେଶ୍ବର ଇଣ୍ଟରସିଟି ।
ଖବର ଅନୁଯାୟୀ, ଆଜି ସକାଳ ୮.୦୫ରେ ଇଣ୍ଟରସିଟିରେ ଯାନ୍ତ୍ରୀକ ତୃଟି ଦେଖାଦେଇଥିଲା । ଯାହାପରେ ଟ୍ରେନ୍କୁ ଅଟକାଯାଇଥିବା ସୂଚନା ଦେଇଛନ୍ତି ସମ୍ବଲପୁର ରେଳ ବିଭାଗ । ତେବେ ଟ୍ରେନକୁ ପୁନଃ ଚାଳନ ସକାଶେ ହାତିବାରି ଷ୍ଟେସନରୁ ନୂତନ ଇଂଜିନ ଅଣାଯାଉଥିବା ନେଇ ସମ୍ବଲପୁର ରେଳ ମଣ୍ଡଳ ସୂଚନା ଦେଇଛି । ଯଥାଶୀଘ୍ର ଟ୍ରେନଟି ଟ୍ରାକରେ ଗଢିବ ବୋଲି ସୂଚନା ମିଳିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0