ନୂଆଦିଲ୍ଲୀ: ରୁଷରୁ ଆଉ ୨୧ଟି ମିଗ-୨୯ ଏବଂ ୧୨ଟି ସୁଖୋଇ-୩୦ଏମକେଆଇ ଲଢୁଆ ବିମାନ ଖରିଦ କରିବାକୁ ଭାରତ ବିଧିବଦ୍ଧ ଭାବେ ପ୍ରସ୍ତୁତି ଆରମ୍ଭ କରିଛି। ଖୁବ ଶୀଘ୍ର ଏଥିପାଇଁ ରୁଷର ରାଷ୍ଟ୍ରାୟତ ପ୍ରତିରକ୍ଷା ସାମଗ୍ରୀ ରପ୍ତାନିକାରୀ ବିଭାଗ ‘ରୋସୋବୋରୋନଏକ୍ସପୋର୍ଟ’କୁ ‘ରିକ୍ୱେଷ୍ଟ ଫର ପ୍ରପୋଜାଲ’ ପଠାଯିବ ବୋଲି ରବିବାର ଦିନ ପ୍ରତିରକ୍ଷାସୂତ୍ରରୁ ଜଣାପଡ଼ିଛି। ଏହି ମିଗ-୨୯ ବିମାନ ସବୁ ଅପେକ୍ଷାକୃତ ସୁଲଭ ମୂଲ୍ୟରେ ଖରିଦ କରାଯିବ। ସମ୍ପ୍ରତି ଭାରତୀୟ ବାୟୁସେନା ପାଖରେ ୫୯ଟି ମିଗ-୨୯ ଲଢୁଆ ବିମାନ ରହିଛି। ଏହାର ଉତ୍ପାଦନ ନିମନ୍ତେ ‘ହିନ୍ଦୁସ୍ତାନ ଏରୋନଟିକ୍ସ’କୁ ଲାଇସେନସ ମିଳିଥିଲା। ଏହାଛଡ଼ା ଆହୁରି ୧୨ଟି ସୁଖୋଇ-୩୦ଏମକେଆଇ ଲଢୁଆ ବିମାନ ପାଇଁ ମଧ୍ୟ ବରାଦ ଦିଆଯିବ। ୨୭୨ଟି ସୁଖୋଇ-୩୦ଏମକେଆଇ ଲଢୁଆ ବିମାନରୁ ୨୬୮ଟି ବାୟୁସେନାରେ ସାମିଲ ହୋଇଛି।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0