ଭୁବନେଶ୍ୱର: କରୋନା ମୁକାବିଲା ନେଇ ବିଏମସି ତରଫରୁ ଏକ ପ୍ରେସ୍ ମିଟ କରାଯାଇଛି । ଏହି ପ୍ରେସମିଟ୍ ରେ କରୋନା ସ୍ଥିତିକୁ ନେଇ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଛି । ବିଏମସି କମିଶନର ପ୍ରେମଚନ୍ଦ୍ର ଜୌଧୁରୀଙ୍କ ସୂଚନା ମୁତାବକ ବସ୍ତି ଅପେକ୍ଷା ଅଣବସ୍ତି ଅଞ୍ଚଳରେ ଅଧିକ ସଂକ୍ରମିତ ରହିଛନ୍ତି । ବସ୍ତି ଅଞ୍ଚଳରୁ ଏବେ ମୋଟ ୨୦୧ ଜଣ ସଂକ୍ରମିତ ଠାବ ହୋଇଥିବା ବେଳେ ଅଣବସ୍ତି ଅଞ୍ଚଳରୁ ୬୫୭ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ବସ୍ତି ପାଇଁ ନିର୍ଦ୍ଦିଷ୍ଟ ଷ୍ଟ୍ରାଟେଜି ରହିଛି । ପ୍ରତି ବସ୍ତିରେ ବସ୍ତି କମିଟି ଗଠନ କରାଯାଇଛି । ଆକ୍ଟିଭ ସର୍ଭେଲାନ୍ସ ଟିମ୍ ଯାଞ୍ଚ କରୁଥିବା ବେଳେ ଲକ୍ଷଣ ଥିବା ଲୋକମାନଙ୍କୁ ଚିହ୍ନଟ କରାଯାଉଛି । ସମସ୍ତ ୬୭ ୱାର୍ଡରେ ସଚେତକ ଟିମ୍ ରହି ନିଜ କାମ ନିରନ୍ତର କରୁଛନ୍ତି । ମହିଷାଖାଲରେ ବହୁ ସଂକ୍ରମିତ ଚିହ୍ନଟ ପରେ ସ୍ଥାନକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି । ଆଜି ଭୁବନେଶ୍ୱରରେ ୪ଟି ବସ୍ତି କଣ୍ଟେନମେ ଜୋନ ଘୋଷଣା ହୋଇଛି । ଭୁବନେଶ୍ୱରରେ ୮୦ ପ୍ରତିଶତ ଲୋକ ଲକ୍ଷଣହୀନ ବୋଲି କହିଛନ୍ତି ବିଏମସି କମିଶନର ।
ରାଜଧାନୀର ୬ଟି ଜାଗାରେ ୮୭୦ ଶର୍ଯ୍ୟ ବିଶିଷ୍ଟ କୋଭିଡ୍ କେୟାର ହୋମ୍ କରାଯାଇଛି । ଭୁବନେଶ୍ୱରରେ ଆଉ ୧୫ ଶହ କୋଭିଡ ବେଡ୍ ବଢାଇବା ପାଇଁ ଯୋଜନା ରଖିଛି ବିଏମସି । ପ୍ରତିଦିନ ୧୪୦୦ ସାମ୍ପୁଲ ଟେଷ୍ଟ କରିବା ନେଇ ଲକ୍ଷ୍ୟ କରାଯାଇଛି । ୫୫୪ଶର୍ଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର କରାଯାଇଛି । ୧୦୨୫ ଶର୍ଯ୍ୟାର କୋଭିଡ ହସ୍ପିଟାଲ, ୬୦ ଶ ର୍ଯ୍ୟାର ହେଲଥ ସେଣ୍ଟର ମଧ୍ୟ ରହିଛି । ଏବେ ଭୁବନେଶ୍ୱରରେ ୧୬୭ ଜଣ ହୋମ୍ ଆଇସୋଲେସନରେ ଅଛନ୍ତି । ଗୋଟିଏ ଶିଳ୍ପ କାରଖାନାରୁ ୬୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜୁଲାଇ ୩୧ଯାଏଁ ଲକଡାଉନ୍ ଅବଧି ଥିବା ବେଳେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଇଛି । ସମସ୍ତେ ଲକଡାଉନ ନିୟମ ପାଳନ କଲେ, ଆମେ ସଫଳ ହେବା । ଆପଣମାନେ ଲକଡାଉନ ନିୟମ ମାନନ୍ତୁ, ଭିଡକୁ ଯାଆନ୍ତୁନି ବୋଲି କହିଛନ୍ତି ପର୍ଯ୍ୟବେକ୍ଷକ ଅନୁ ଗର୍ଗ ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0