spot_img

ଦ୍ୱିତୀୟ ଦିନରେ ୩୧ ହଜାର ୯୦୨ ଜଣଙ୍କୁ ଟିକା ଦିଆଯିବାକୁ ଲକ୍ଷ୍ୟ

ଭୁବନେଶ୍ବର: ଆଜିଠୁ ପୁଣି ରାଜ୍ୟରେ ଟିକାକରଣ କାର୍ୟ୍ୟକ୍ରମ ଆରମ୍ଭ ହୋଇଛି। ଦ୍ୱିତୀୟ ଦିନରେ ୩୮୦ ସେସନ ମାଧମରେ ୩୧ ହଜାର ୯୦୨ ଜଣଙ୍କୁ ଟିକାକରଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଆଜିଠୁ ୨୫ ତାରିଖ ପର୍ୟ୍ୟନ୍ତ ୧୬୯୮ଟି ସେସନରେ ୧ଲକ୍ଷ ୭୮ ହଜାର ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। କେଉଁ ଦିନ କେତେ ସେସନରେ ଟିକାକରଣ ହେବ ତାହା ମଧ୍ୟ ନିର୍ଦ୍ଧାରିତ ହୋଇସାରିଛି। ତାଙ୍କର ସୂଚନା ଅନୁଯାୟୀ, ୧୯ ତାରିଖରେ ୧୯୨ଟି, ୨୦ ତାରିଖରେ ୯୨ଟି, ୨୧ ତାରିଖରେ ୪୩୬ଟି, ୨୨ ତାରିଖରେ ୧୪୧, ୨୩ ତାରିଖରେ ୧୭୮ଟି ଓ ୨୫ ତାରଖରେ ୨୭୯ଟି ସେସନ ହେବ। ଯେଉଁମାନେ ଯେଉଁ ଦିନ ଟିକା ନେଇଛନ୍ତି, ତାହାର ୨୮ ଦିନ ପରେ ସେକେଣ୍ଡ ଡୋଜ ନେବେ । ସେଥିପାଇଁ ପର୍ୟ୍ୟାପ୍ତ ଟିକା ରହିଛି। ସେହି ସମୟର ଦୁଇ ଦିନ ପୂର୍ବରୁ ଏସଏମଏସ ଜରିଆରେ ଜଣାଇ ଦିଆଯିବ ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular