ଭୁବନେଶ୍ବର : କରୋନା ମହାମାରୀ ପାଇଁ ୧୬ ତାରିଖରୁ ଟିକାକରଣ ଆରମ୍ଭ ହୋଇଛି। ଗୋଟିଏ ଦିନର ବିରତି ପରେ ସୋମବାର ପୁଣି ଟିକାକରଣ ହେବ। ସମସ୍ତ ମେଡିକାଲ କଲେଜରେ ୫ଟି ସେସନରେ ଟିକାକରଣ ହେବ। ପ୍ରତି ପର୍ୟ୍ୟାୟରେ ୨୦୦ ଜଣଙ୍କୁ ଟିକା ଦିଆଯିବ। ଅର୍ଥାତ ଦିନକୁ ଏକ ହଜାର ଲୋକ ଟିକା ନେବେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଉପଖଣ୍ଡ ଚିକିତ୍ସାଳୟରେ ଟିକାକରଣ ପାଇଁ ଲୋକଙ୍କ ତାଲିକା ଅନୁଯାୟୀ ଗୋଟିଏ କିମ୍ବା ଦୁଇଟି ସେସନରେ ଟିକାକରଣ କରାଯିବ। ପ୍ରତି ସେସନରେ ଶହେ ଜଣ ଲେଖାଏ ଲୋକଙ୍କୁ ଟିକା ଦିଆଯିବ। ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ସହରାଞ୍ଚଳ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକ ଦିନକୁ ଗୋଟିଏ ସେସନରେ ଶହେ ଜଣ ଟିକା ନେବେ। ଏଠାରେ କେବଳ ସୋମବାର, ଗୁରୁବାର ଓ ଶନିବାର ଟିକା ଦିଆଯିବ। ଆସନ୍ତା ୨୫ ତାରିଖ ସୁଦ୍ଧା ପ୍ରଥମ ପର୍ୟ୍ୟାୟ ଟିକାକରଣ ଶେଷ ହେବ ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି। ଦ୍ୱିତୀୟ ପର୍ୟ୍ୟାୟ ଟିକାକରଣ ପାଇଁ ଡାଟାବେସ ପ୍ରସ୍ତୁତି ଆରମ୍ଭ ହୋଇଛି। ଗୃହ, ନଗର ଉନ୍ନୟନ, ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ଭଳି ଜରୁରିକାଳୀନ ବିଭାଗର କୋଭିଡ ଯୋଦ୍ଧାମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଆସନ୍ତା ୨୫ ତାରିଖ ଭିତରେ ଏହି ତାଲିକା ଦେବାକୁ କୁହାଯାଇଛି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0