କଟକ: ଏସସିବିରେ ସୋମବାର ଆରମ୍ଭ ହୋଇଛି ଦ୍ବିତୀୟ ପର୍ୟ୍ୟାୟ ଟିକାକରଣ ପ୍ରକ୍ରିୟା। ଏଥିପାଇଁ ୫ଟି କେନ୍ଦ୍ର ଖୋଲାଯାଇଛି। ହଜାରେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଦିଆଯିବ ଟିକା। ସରକାରୀସ୍ତରରେ ଯଦି ମୋବାଇଲରେ କୌଣସି ମେସେଜ ନଆସେ ତା’ହେଲେ ପ୍ରତି ବିଭାଗରୁ ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ଏସସିବି କର୍ତ୍ତୃପକ୍ଷ ନିଜ ପକ୍ଷରୁ ବ୍ୟବସ୍ଥା କରି ଟିକାଦାନ କରାଇବେ ବୋଲି ଏସସିବି ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ସୂଚନା ଦେଇଛନ୍ତି। ରାଜ୍ୟରେ ଅନୁଷ୍ଠିତ ହୋଇଥିବା ପ୍ରଥମ ଟିକାଦାନ କାର୍ୟ୍ୟକ୍ରମରେ ପ୍ରତି କେନ୍ଦ୍ରକୁ ଶହେ ଟାର୍ଗେଟ ଦିଆଯାଇଥିଲା। କଟକ ଜିଲ୍ଲାରେ ୧୧ଟି କେନ୍ଦ୍ରରେ ଟିକାଦାନ ଅନୁଷ୍ଠିତ ହୋଇଥିବାବେଳେ ଏସସିବିରୁ ସର୍ବାଧିକ ୬୪ଜଣ ବରିଷ୍ଠ ପ୍ରଫେସରଙ୍କ ସମେତ ଶହେ ଜଣ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଟିକା ନେଇଥିଲେ। ଜିଲ୍ଲାର ଏସସିବି, ସିଟି ହସ୍ପିଟାଲ, ଟାଙ୍ଗୀ, ବଡ଼ମ୍ବାରେ ଶତପ୍ରତିଶତ ଟିକାକରଣ କାର୍ୟ୍ୟକ୍ରମକୁ ସଫଳତା ମିଳିଥିଲା। ସାଲେପୁରରୁ ସର୍ବନିମ୍ନ ମାତ୍ର ୪୦ଜଣ ଟିକା ଗ୍ରହଣ କରିଥିଲେ। ଅନ୍ୟପଟେ ଟିକାକରଣ ପରେ କିଛି ପାର୍ଶ୍ବ ପ୍ରତିକ୍ରିୟା ଦେଖାଦେଲେ ତାହାର ମୁକାବିଲା ପାଇଁ ଏସସିବିରେ ସ୍ବତନ୍ତ୍ର ଡାକ୍ତରୀ ଦଳ ଗଠନ କରାଯିବା ସହ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0