ବାଲେଶ୍ୱର: ଗତ ୧୬ ତାରିଖରେ ସାରା ଦେଶରେ କରନା ଟିକା ପ୍ରଦାନ ଆରମ୍ଭ ହୋଇଥିବା ବେଳେ ଗୋଟିଏ ଦିନର ବିରତି ପରେ ଆଜି ପୁଣି ଆରମ୍ଭ ହୋଇଛି ଟିକା ପ୍ରଦାନ । ଆଜି ବାଲିଆପାଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ର ଏବଂ ଭୋଗରାଇ ର ଜଳେଶ୍ବର ପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସରକାରଙ୍କ ସମସ୍ତ ଗାଇଡ୍ ଲାଇନ୍ ପାଳନ କରାଯାଇ ଟୀକାକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ବାଲିଆପାଳ ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରରେ ଆଜି ୧୧୦ ଜଣ ଏବଂ ଭୋଗରାଇ ଜଳେଶ୍ବରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ରେ ୧୦୫ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ଏ ନେଇ ସ୍ବାସ୍ଥ୍ୟ କର୍ମୀ ମାନେ ଖୁସି ପ୍ରକାଶ କରିଛନ୍ତି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0