ଝରିଗାଁ: ନବରଙ୍ଗପୁର ଜିଲ୍ଲାର ଝରିଗାଁ ଥାନା ଅନ୍ତର୍ଗତ ଚକଲାପଦର ଘାଟି ପାଖରେ ଜଣେ ବ୍ୟବସାୟୀଙ୍କ ଠାରୁ କିଛି ଦୁର୍ବୃତ୍ତ ୪ ଲକ୍ଷ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଚଚା ଗ୍ରାମର ରାଜେନ୍ଦ୍ରୀ ସିଂହ ଯାଦବ ଏବଂ ମନ ମାଝୀ ଦୁହେଁ ମିଶି ଏକ ବାଇକ ଯୋଗେ କଂଗ୍ରା ଗ୍ରାମର ସାପ୍ତାହିକ ହାଟକୁ ଯାଉଥିଲେ। ହାଟରେ ବ୍ୟବସାୟ ପାଇଁ ଶ୍ରୀ ଯାଦବ ଗୋଟିଏ ବ୍ୟାଗରେ ୪ ଲକ୍ଷ ଟଙ୍କା ସାଙ୍ଗରେ ନେଉଥିଲେ। ତେବେ ଚକଲାପଦର ଘାଟି ପାଖରେ କିଛି ଦୁର୍ବୃତ୍ତ ପଲସର ଗାଡ଼ିରେ ଆସି ବ୍ୟବସାୟୀଙ୍କୁ ଆକ୍ରମଣ କରି ଵ୍ୟାଗରେ ଥିବା ୪ ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ଶ୍ରୀ ଯାଦବଙ୍କ ଡାହାଣ ହାତରେ ଗଭୀର ଆଘାତ ଲାଗିଥିଲା। ପ୍ରଥମେ ନବରଙ୍ଗପୁର ଡାକ୍ତରଖାନା ଏବଂ ପରେ ବିଶାଖାପାଟଣାକୁ ନେଇଥିବା ସୂଚନା ମିଳିଛି। ଏଣେ ଖବର ପାଇ ଝରିଗାଁ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0