ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଚତୁର୍ଥ ଟେଷ୍ଟ । ଏହି ଟେଷ୍ଟ ମ୍ୟାଚର ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ ୨୯୪ରେ ଅଲଆଉଟ ହୋଇଛି । ଏହାସହ ଭାରତ ଆଗରେ ୩୨୮ ରନର ବିଜୟ ଲକ୍ଷ୍ୟ ରହିଛି । ସେହିପରି ଭାରତ ମଧ୍ୟ ତାର ଦ୍ୱିତୀୟ ଇଂନିସ ଆରମ୍ଭ କରିଛି । ଦ୍ୱିତୀୟ ଇଂନିସରେ ଭାରତ ୪ ରନ କରିଛି । ଏହି ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଟସ ଜିତି ପ୍ରଥମେ ବ୍ୟାଟିଂ ଆରମ୍ଭ କରିଥିଲା । ପ୍ରଥମ ଇଂନିସରେ ଅଷ୍ଟ୍ରେଲିଆ ଦମଦାର ପ୍ରଦର୍ଶନ କରିଥିଲା । ଦଳ ପକ୍ଷରୁ ମାର୍ନସ ଲାବୁସେନ ୧୦୮, ଟିମ ପାଇନ ୫୦, ୱାଡେ ୪୫, କ୍ୟାମେରନ ଗ୍ରୀନ ୪୭ ରନ କରିଥିଲେ । ଫଳରେ ଦଳ ୩୬୯ ରନ କରିବାରେ ସକ୍ଷମ ହୋଇଥିଲା । ସେହିପରି ଭାରତ ତାର ପ୍ରଥମ ଇଂନିସ ଆରମ୍ଭ କରିଥିଲା । ଦଳ ପକ୍ଷରୁ ସାର୍ଦ୍ଦୁଲ ଠାକୁର ୬୭, ୱାସିଂଟନ ସୁନ୍ଦର ୬୨ ଓ ରୋହିତ ଶର୍ମା ୪୪ ରନ କରିଥିଲେ । ଫଳରେ ଦଳ ୩୩୬ କରିଥିଲା । ପରେ ଅଷ୍ଟ୍ରେଲିଆର ଦ୍ୱିତୀୟ ଇନିଂସରେ ମହମ୍ମଦ ସିରାଜ ଓ ସାର୍ଦ୍ଦୁଲ ଠାକୁର ଯଥାକ୍ରମେ ୫ ଓ ୪ ୱିକେଟ ନେଇଥିଲେ । ତେଣୁ ଅଷ୍ଟ୍ରେଲିଆ ଏହି ମ୍ୟାଚରେ ୨୯୪ ରନ କରିଥିଲା । ଏହାସହ ଭାରତ ତାର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି । ଭାରତ ଚତୁର୍ଥ ଦିନ ସୁଦ୍ଧା ୪ ରନ କରିଛି ।ଏହାସହ ଏବେ ଭାରତ ଆଗରେ ୩୨୪ ରନର ଟାର୍ଗେଟ ରହିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0