spot_img

ନୂଆପଡ଼ା: ଧlନବିକ୍ରିକୁ ନେଇ ଉପଜିଲ୍ଲାପାଳଙ୍କୁ ପତ୍ର

ନୂଆପଡ଼ା: ନୂଆପଡ଼ାରେ ଚାଷୀଙ୍କ ଧlନବିକ୍ରିକୁ ନେଇ ଉପଜିଲ୍ଲାପାଳଙ୍କୁ ପତ୍ର ପ୍ରଦାନ । ନୂଆପଡ଼ାରେ ୯୫ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରିଥାନ୍ତି । ଚାଷୀ ମାନେ ଧାନ ବିକ୍ରି ପାଇଁ ମୋବାଇଲେ ଏସ.ଏମ.ଏସ ପାଇଥିଲେ । ଗତ ୨୮ ଡ଼ିସେମ୍ବର ଠାରୁ ଆସନ୍ତା ୧୮ଜାନୁୟାରୀ ପର୍ଯ୍ୟନ୍ତ ଟୋକନ ବ୍ୟବସ୍ଥ୍ା ହୋଇଥିବା ନେଇ ଏସଏମଏସରେ ଉଲ୍ଲେଖ ହୋଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଚାଷୀଙ୍କୁ ଟୋକନ ମିଳିପାରି ନାହିଁ । ଯାହା ଫଳରେ ସେମାନେ ଧାନ ବିକ୍ରି କରିପାରୁ ନାହାଁନ୍ତି । ତେଣୁ ଚାଷୀ କିପରି ଟୋକନ ପାଇ ପାରିବେ । ଆଉ ସେମାନଙ୍କ ଧାନ ବିକ୍ରି କରିବେ ଏହାର ତଦନ୍ତ କରିବା ପାଇଁ ସେମାନେ ଉପଜିଲ୍ଲାପାଳଙ୍କୁ ପତ୍ର ମାଧ୍ୟମରେ ନିବେଦନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular