spot_img

ବିକ୍ରି ହୋଇଥିବା ୪ମାସର ଶିଶୁ ପୁତ୍ର ଉଦ୍ଧାର

ମାଲକାନଗିରି: ବିକ୍ରି ହୋଇଥିବା ୪ ମାସର ଶିଶୁ ପୁତ୍ର ଉଦ୍ଧାର । ମାଲକାନଗିରି ଜିଲ୍ଲା ଖୈରପୁଟ ବ୍ଲକ ଅନ୍ତର୍ଗତ ସପ୍ତଧାରା ଗାଁରୁ ଶିଶୁ ପୁତ୍ରକୁ ଉଦ୍ଧାର କରିଛି ଜିଲ୍ଲା ଶିଶୁ ସୁରକ୍ଷା କମିଟ । ଉଦ୍ଧାର ପରେ ମା’ଙ୍କୁ ଶିଶୁଟିକୁ ହସ୍ତାନ୍ତର କରାଯାଇଛି । ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସହରର ହାଟପଦା ସାହିରୁ ଶିଶୁଟିକୁ ଉଦ୍ଧାର କରାଯାଇଛି । ଏହାପରେ ଜିଲ୍ଲା ସଦର ଚିକିତ୍ସାଳରେ ଶିଶୁଟିର ଚିକିତ୍ସା କରାଯାଇ ତାର ମା’ କୁନି ଖିଲଙ୍କୁ ହସ୍ତାନ୍ତର କରାଯାଇଛି । କୁନି ଖିଲଙ୍କର ପୂର୍ବରୁ ଆଉ୪ଟି ସନ୍ତାନ ରହିଥିବା ବେଳେ ଅର୍ଥ ଅଭାବକୁ ୪ ମାସର ପୁତ୍ର ସନ୍ତାନ ରାଜାକୁ ହଜାରେ ଟଙ୍କାରେ ବିକ୍ରି କରି ଦେଇଥିଲେ । ତେବେ କୁନି ଖିଲଙ୍କ ପରିବାରକୁ ସମସ୍ତ ପ୍ରକାର ଆର୍ଥିକ ସହାୟତା ଯୋଗାଇ ଦିଆଯିବା ସହ ତାଙ୍କର ତିନୋଟି ସନ୍ତାନକୁ ଗୋବିନ୍ଦପାଲି ହଷ୍ଟେଲରେ ରଖାଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular