ପାଟଣା : ପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଆଜି କରୋନା ଟିକାକରଣ ଆରମ୍ଭ ହୋଇଛି । ପାଟଣା ବିଡିଓଙ୍କ ଉପସ୍ଥିତିରେ ଆରମ୍ଭ ହୋଇଛି ଟିକାକରଣ । ବିଭିନ୍ନ ଦାବିରେ କଳା ବ୍ୟାଚ ପିନ୍ଧି ଟିକା ନେଲେନାହିଁ ୧୬ ସ୍ୱାସ୍ଥ୍ୟକର୍ମୀ । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ମୋଟ ୨୫୭ ଜଣ ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯାଇଛି । ଆଜିଠାରୁ ଠାରୁ ଶୁକ୍ରବାର ମଧ୍ୟରେ ମୋଟ ୨୫୭ ଜଣ ସ୍ୱାସ୍ଥ୍ୟ କର୍ମୀଙ୍କୁ ଟିକାକରଣ କରାଯିବ। ଆଜି ମୋଟ ୧୦୦ ଜଣ ସ୍ୱାସ୍ଥ୍ୟକର୍ମୀଙ୍କ ସମେତ ଚତୁର୍ଥ ଶେଣୀ କର୍ମଚାରୀ ମାନେ ଟିକା ଗ୍ରହଣ କରିଛନ୍ତି। ସେହିପରି ଅନ୍ୟପଟେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ୧୬ ଜଣ ସ୍ୱାସ୍ଥ୍ୟକର୍ମୀ କ୍ୟାଡ଼ର ପରିବର୍ତ୍ତନ ଓ ପଦୋନ୍ନତି ଦାବିରେ କଳା ବ୍ୟାଚ ପିନ୍ଧି ପ୍ରତିବାଦ କରିଛନ୍ତି ।



Visitors Today : 0
Total Visitors : 130422
Total Views : 9891952
Visitors Online Now : 0