spot_img

ଲଦାଖରେ ଦୀର୍ଘଦିନ ରହିବାକୁ ଭାରତୀୟ ସେନାର ପ୍ରସ୍ତୁତି

ନୂଆଦିଲ୍ଲୀ: ଲଦାଖରେ ଥିବା ପ୍ରକୃତ ନିୟନ୍ତ୍ରଣ ରେଖା ପାଖରେ ପୂର୍ବ ସ୍ଥିତାବସ୍ଥା ନଆସିବା ଯାଏ ଭାରତୀୟ ଯବାନମାନେ ସେଠାରେ ଜଗି ରହିବେ ବୋଲି ଭାରତୀୟ ସେନାର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । ଆଗାମୀ ଶୀତଋତୁରେ ଭାରତୀୟ ସେନା ସେଠାରେ ରହିବାର ସମ୍ଭାବନା ବୃଦ୍ଧି ପାଇଛି । ଶୀତଋତୁରେ ଲାଦାଖର ତାପମାତ୍ରା ମାଇନସ ୨୦ ଡିଗ୍ରୀ ତଳକୁ ଖସିଯାଏ । ସେପରି ପରିସ୍ଥିତିରେ ରହିବା କଷ୍ଟକର ହେବା ସତ୍ତ୍ୱେ ସେନା ସେଠାରେ ରହିବାକୁ ପ୍ରସ୍ତୁତ ହେଉଛି । ଭାରତୀୟ ସେନାର ଉତ୍ତରାଞ୍ଚଳ କମାଣ୍ଡର ଜେନେରାଲ ଅଫିସର କମାଣ୍ଡିଂ ଲେପ୍ଟନାଣ୍ଟ ଜେନେରାଲ ଓ୍ଵାଇକେ ଜୋଶୀ କହିଛନ୍ତି ଯେ ଚୀନ ସେନା ଏପ୍ରିଲ ମଧ୍ୟ ପୂର୍ବରୁ ଯେଉଁ ସ୍ଥାନରେ ଥିଲା ସେହି ସ୍ଥାନକୁ ନ ଫେରିବା ପର୍ଯ୍ୟନ୍ତ ଭାରତୀୟ ସେନା ଲଦାଖରେ ଥିବା ଏଲଏସିରେ ବଜାୟ ରହିବେ । ସ୍ଥିତାବସ୍ଥା ଫେରାଇ ଆଣିବାକୁ ଭାରତୀୟ ସେନା ସବୁପ୍ରକାରର ଉଦ୍ୟମ କରିବ । ଏହା ହାସଲ ନ ହେବା ପର୍ଯ୍ୟନ୍ତ ସେନା ସେଠାରେ ରହିବ । ଦୁଇପକ୍ଷ ମଧ୍ୟରେ ଚାଲିଥିବା ଆଲୋଚନାର ସଫଳତା ଓ ଦୁଇପକ୍ଷ ମଧ୍ୟରେ ହୋଇଥିବା ନିଷ୍ପତ୍ତିକୁ ପାଳନ କରାଯିବା ଉପରେ ସ୍ଥିତାବସ୍ଥା ଫେରିବାର ସମୟ ନିର୍ଭର କରିବ ।
ଦୁଇପକ୍ଷ ମଧ୍ୟରେ ବିଭିନ୍ନ ପର୍ଯ୍ୟାୟ ଆଲୋଚନା ପରେ ଚୀନ ସେନା ଗଲଓ୍ଵାନ ଘାଟି ଓ ହଟସ୍ପ୍ରିଙ୍ଗ ଅଞ୍ଚଳରୁ ପଛକୁ ଫେରିଛି । କିନ୍ତୁ ଅନ୍ୟ ବିବାଦୀୟ ଅଞ୍ଚଳ ପେଙ୍ଗୟାଂ ସୋ ଓ ପିପି୧୭ ଗୋଗ୍ରା ଅଞ୍ଚଳରେଚ ଚୀନ ସେନା ଏବେ ବି ରହିଛି । ସୀମାରେ ଶାନ୍ତି ଫେରାଇ ଆଣିବାକୁ ସମସ୍ତ ପ୍ରକାର ଉଦ୍ୟମ ହେଉଛି ଓ ଯେକୌଣସି ପ୍ରକାର ପରିସ୍ଥିତିର ସାମ୍ନା କରିବାରକୁ ସେନା ପ୍ରସ୍ତୁତ ଅଛି ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular