ବୁର୍ଲା : ଭୀମସାର ବୁର୍ଲାରେ ଜଣେ ଗର୍ଭବତୀ ମହିଳା କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଲେବର ରୁମରେ ସେ ଭର୍ତ୍ତି ହୋଇଥିବା ସମୟରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଛି। ତାଙ୍କୁ ପୁଣି କୋଭିଡ୍ ହସ୍ପିଟାଲ ପଠାଇବାପାଇଁ ଯୋଜନା ଚାଲିଛି ।
ରିପୋର୍ଟ ପଜିଟିଭ୍ ଆସିବା ପରେ ମହିଳାଙ୍କ କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ତାଙ୍କ ସଂସ୍ପର୍ଶରେ ଆସିଥିବା ଡାକ୍ତର, ନର୍ସ ତଥା କର୍ମଚାରୀଙ୍କୁ କ୍ବାରେଣ୍ଟାଇନକୁ ପଠାଯିବ । ଏନେଇ ସୂଚନା ଦେଇଛନ୍ତି ଭୀମସାର ଅଧିକ୍ଷକ । ତେବେ ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଭୀମସାର ଆଇସିୟୁ, କ୍ୟାନସର୍ ଓ୍ବାର୍ଡରେ କରୋନା ରୋଗୀ ଚିହ୍ନଟ ପରେ ଶତାଧିତ ଡାକ୍ତର ତଥା ନର୍ସ କ୍ବାରେଣ୍ଟାଇନରେ ଅଛନ୍ତି । ଏହା ସହ ଆସନ୍ତା ୨୬ ତାରିଖ ଯାଏଁ ଓପିଡି ତଥା ଅସ୍ତ୍ରୋପଚାର ବନ୍ଦ ଅଛି । ତେବେ ସ୍ଥିତି ସୁଧୁରୁଥିବାବେଳେ ପୁଣି ଜଣେ କରୋନା ପଜିଟିଭ୍ ଚିହ୍ନଟ ହେବା ପ୍ରଶାସନ ପାଇଁ ଚିନ୍ତା ବଢାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0