ରାଜକନିକା : ରାଜକନିକାରେ କଳାକାର ସଂଘ ବୈଠକ । ନହୁଲିଆଛକ ନିକଟସ୍ଥ ପିମ୍ପୁଡ଼ି ମଠରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ମାସ ଧରି କରୋନା କଟକଣା ରେ ପେଶି ହୋଇଥିବା କଳାକାର ମାନେ ନିଜର ବୃତ୍ତି ହରାଇଛନ୍ତି । କଳାକୁ ପ୍ରଦର୍ଶନ କରି ରୋଜଗାର କରୁଥିବା ଏହି କଳାକାର ମାନେ ଏବେ ଦୁର୍ଦ୍ଦିନରେ । ପରିବାର ପ୍ରତିପୋଷଣ କରିବା ସେମାନଙ୍କ ପାଇଁ କାଠିକର ପାଠ ହୋଇଯାଇଛନ୍ତି । ମୁଖ୍ୟମନ୍ତ୍ରୀ , ସଂସ୍କୃତି ମନ୍ତ୍ରୀ ତଥା କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ କିଛି ପୋସôାହନ ଯୋଗାଇବା ପାଇଁ ନିବେଦନ କରିଥିଲେ । ହେଲେ କୌଣସି ସୁଫଳ ମିଳିପାରି ନାହିଁ । ସେପଟେ ରାଜକନିକା ବ୍ଲକର କଳାକାର ମାନଙ୍କୁ ଚିହ୍ନଟ କରି ୪୦ ଜଣଙ୍କୁ ଭତ୍ତା ପ୍ରଦାନ କରିବାକୁ ସ୍ଥିତ କରାଯାଇଥିଲା । ହେଲେ ସେମାନଙ୍କ ମଧ୍ୟରୁ ମାତ୍ର ୧୯ ଜଣଙ୍କୁ ମିଳିଛି । ବାକି କଳାକାରଙ୍କୁ ଭତ୍ତା ନମିଳିବାରୁ ଅସନ୍ତୋଷ ଦେଖାଯାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0