spot_img

ପାକିସ୍ତାନରେ ସିନ୍ଧ ଦେଶ ଦାବି ନେଇ ବିକ୍ଷୋଭ

ସିନ୍ଧ୍ ପ୍ରଦେଶକୁ ଅଲଗା ଦେଶ ଦାବି ନେଇ ପାକିସ୍ତାନରେ ଜୋରାଦାର ବିକ୍ଷୋଭ ହୋଇଛି । ସିନ୍ଧ୍ ପ୍ରଦେଶକୁ ପାକିସ୍ତାନରୁ ଅଲଗା କରି ସିନ୍ଧୁଦେଶ ସ୍ଥାପନା ଦାବିରେ ସାନ୍ ସହରରେ ରବିବାର ଦିନ ବିକ୍ଷୋଭ ହୋଇଛି । ସହରରେ ହଜାର ହଜାର ସଂଖ୍ୟାରେ ବିକ୍ଷୋଭକାରୀ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ଅନ୍ୟ ଅନ୍ତର୍ଜାତୀୟ ନେତାଙ୍କ ଫଟୋ ଧରି ବିକ୍ଷୋଭ କରିଛନ୍ତି । ରବିବାର ଦିନ ସିନ୍ଧ୍ ଜାତୀୟତାବାଦୀ ନେତା ଜି ଏମ୍ ସୈୟଦଙ୍କ ଜନ୍ମଦିନ ଥିଲା । ସୈୟଦ ଅଲଗା ସିନ୍ଧୁ ଦେଶ କଥା ପ୍ରଥମେ ଉଠାଇଥିଲେ । ଯେଉଁଥିପାଇଁ ତାଙ୍କୁ ଜୀବିତ ଅବସ୍ଥାରେ ଅନେକ ଥର ପାକିସ୍ତାନ ସରକାର ଗିରଫ କରିଥିଲେ । ପାକିସ୍ତାନ ସିନ୍ଧର କିଛି ଜାତୀୟତାବାଦୀ ଦଳ ଅଲଗା ସିନ୍ଧୁ ଦେଶ ସପକ୍ଷରେ ଗତ କେଇ ବର୍ଷ ଧରି ଆନ୍ଦୋଳନ କରି ଆସୁଛନ୍ତି । ପାକିସ୍ତାନ ସିନ୍ଧକୁ ଲୁଟୁଛି  ବୋଲି ସେମାନେ ଅଭିଯୋଗ କରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular