ଗୁଜରାଟକୁ କେନ୍ଦ୍ରର ନୂଆବର୍ଷ ଗିଫ୍ଟ । ଦୁଇ ନୂଆ ମେଟ୍ରୋ ପ୍ରୋଜେକ୍ଟର ‘ଭୂମି ପୂଜା’ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ପ୍ରଧାନମନ୍ତ୍ରୀ ଅହମ୍ମଦାବାଦ୍ ମେଟ୍ରୋ ପ୍ରୋଜେକ୍ଟ ଓ ସୁରଟ ମେଟ୍ରୋ ପ୍ରୋଜେକ୍ଟର ଶିଳାନ୍ୟାସ କରିଛନ୍ତି । ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ଏହି ଦୁଇ ପ୍ରୋଜେକ୍ଟର ଭୂମି ପୂଜନ କରିଛନ୍ତି ।କାର୍ୟ୍ୟକ୍ରମରେ ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ ସମେତ ରାଜ୍ୟପାଳ ଆଚାର୍ୟ୍ୟ ଦେବବ୍ରତ, ମୁଖ୍ୟମନ୍ତ୍ରୀ ବିଜୟ ରୁପାନୀ ଓ କେନ୍ଦ୍ରମନ୍ତ୍ରୀ ହରଦୀପ ସିଂ ଉପସ୍ଥିତ ଥିଲେ । ଅହମ୍ମଦାବାଦ ମେଟ୍ରୋ ପ୍ରୋଜେକ୍ଟର ଦ୍ବିତୀୟ ପର୍ୟ୍ୟାୟରେ ମୋଟ ୨୮.୨୫ କିଲୋମିଟର ଲମ୍ବର ୨ଟି କରିଡର ନିର୍ମାଣ କରାଯିବ । ପ୍ରଥମ କରିଡର ମୋଟେରା ଷ୍ଟାଡିୟମଠାରୁ ମହାତ୍ମା ମନ୍ଦିର ପର୍ୟ୍ୟନ୍ତ ହେବାକୁ ଥିବା ବେଳେ, ଦ୍ବିତୀୟ କରିଡର ଜିଏନ୍ଏଲ୍ୟୁରୁ ସିଟି ଯାଏଁ ନିର୍ମାଣ କରାଯିବ ।ଏଥିପାଇଁ ୫ ହଜାର ୩୮୪ କୋଟି ୧୭ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0