spot_img

ସାଲିଆସାହିରୁ ବିପୁଳ ମଦ ଜବତ , ୧୩ ଗିରଫ

ଭୁବନେଶ୍ୱର : ରାଜଧାନୀରୁ ବିପୁଳ ପରିମାଣର ମଦ ଜବତ। ଭୁବନେଶ୍ୱର ସାଲିଆସାହିରୁ ପ୍ରାୟ ୫ଶହ ଲିଟର ଦେଶୀ ମଦ ଜବତ କରିଛି ଅବକାରୀ ବିଭାଗ । ଏହାସହିତ ଅନେକ ପରିମାଣର ପୋଚ ଜବତ ହେବା ସହ ୧୩ଜଣଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ସାଲିଆସାହି ବସ୍ତିରେ ଚୋରା ମଦ କାରବାର ଚାଲିଥିବା ନେଇ ଅବକାରୀ ବିଭାଗକୁ ଖବର ମିଳିଥିଲା । ଏହାପରେ ଅବକାରୀ ବିଭାଗ ସାଲିଆସାହିରେ ଚଢାଉ କରିଥିଲା । ଏହି ଚଢାଉରେ ଅବକାରୀ ବିଭାଗକୁ ୫ଶହ ଲିଟର ଦେଶୀ ମଦ ଏବଂ ପୋଚ ମିଳିଛି । ଚୋରା ମଦ କାରବାରରେ ସଂପୃକ୍ତି ଥିବା ନେଇ ୧୩ଜଣଙ୍କୁ ଗିରଫ କରାଯାଇଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular