ସୁରାଟ: ୧୫ ଜଣଙ୍କ ଉପରେ ଚଢ଼ିଗଲା ଟ୍ରକ୍ । ଗୁଜୁରାଟର ସୁରାଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜାତୀୟ ସମାଚାର ଏଜେନ୍ସି ଏଏନଆଇ ଦେଇଥିବା ସୂଚନା ମୁତାବକ ସୁରାଟର କୋଶାମ୍ବାରେ ଆଜି ସକାଳୁ ଫୁଟପାଥରେ ଶୋଇଥିବା ବେଳେ ଏକ ଟ୍ରକ ୧୫ ଜଣଙ୍କୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ ଶ୍ରମିକ ଏବଂ ସେମାନେ ରାଜସ୍ଥାନର ବୋଲି ପୁଲିସ ସୂଚନା ଦେଇଛି। ତେବେ ମୃତକଙ୍କ ମଧ୍ୟରେ ଗୋଟିଏ ଶିଶୁ ଥିବା ମଧ୍ୟ ଜଣାପଡିଛି । ସେପଟେ ଏହି ଦୁର୍ଘଟଣା ଅନ୍ୟ କେତେକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି । ସୂଚନା ମୁତାବକ ଗତ ବିଳମ୍ବିତ ରାତିରେ ସୁରାଟର କିମ୍-ମାଣ୍ଡବ ରୋଡ୍ରେ ଏକ ଟ୍ରକ ଓଭର ଟେକ କରିବାକୁ ଯାଇ ଆଖୁ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ପରେ ଧକ୍କା ଯୋଗୁଁ ଭାରସାମ୍ୟ ହରାଇ ଫୁଟପାଥରେ ଶୋଇଥିବା ୧୮ ଜଣ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ସେମାନଙ୍କ ମଧ୍ୟରେ ୧୫ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସେହିପରି ଅନ୍ୟ କିଛି ଜଣ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ଗୁଜୁରାଟ ସୁରତର ପିପଲୋଦ ଗାଁରେ ଏହି ଦୁର୍ଘଟଣା ଘଟିଛି ।



Visitors Today : 1
Total Visitors : 130423
Total Views : 9891953
Visitors Online Now : 0