spot_img

ହ୍ୱାଟସଆପକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତପୂର୍ଣ୍ଣ ରାୟ

ହ୍ୱାଟସଆପକୁ ନେଇ ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତପୂର୍ଣ୍ଣ ରାୟ । ହ୍ୱାଟସଆପ ଦ୍ୱାରା ଯଦି ବ୍ୟବହାରକାରୀଙ୍କ ଗୁପ୍ତତଥ୍ୟ ପ୍ରଭାବିତ ହେଉଛି, ତେବେ ଏହାକୁ ସେମାନେ ଡ଼ିଲିଟ କରିବା ଆବଶ୍ୟକ । ଏଥିସହ ସେ ଏହା ମଧ୍ୟ କହିଛନ୍ତି ଏହା ଏକ ପ୍ରାଇଭେଟ ଆପ । ଏଭଳି ଆପର ବ୍ୟବହାର କରିବେ କି ନାହିଁ ତାହାର ନିଷ୍ପତ୍ତି ବ୍ୟବହାରକାରୀ ହିଁ ନେବେ  । କିଛି ଦିନ ପୂର୍ବରୁ ହ୍ୱାଟସଆପ ପକ୍ଷରୁ ଅଣାଯାଇଥିବା ପ୍ରାଇଭେସି ପଲିସ ବିରୋଧରେ ଦିଲ୍ଲୀ ହାଇକୋଟରେ ଏକ ମାମଲା ରୁଜୁ କରାଯାଇଥିଲା । ଆଜି ଏହିମାମଲାର ଶୁଣାଣି କରି କୋର୍ଟ ଏଭଳି ମନ୍ତବ୍ୟ ଦେଇଛନ୍ତି । ଆପ ବ୍ୟବହାର କରିବା ପୂର୍ବରୁ ଟର୍ମସ ଏବଂ କଣ୍ଡିଶନ ଠିକ ଭାବେ ପଢ଼ିନେବା ଆବଶ୍ୟକ ବୋଲି କୋର୍ଟ କହିଛନ୍ତି । ଏହାର ପରବର୍ତ୍ତୀ ଶୁଣାଣି ଜାନୁଆରୀ ୨୫ରେ କରାଯିବ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular